ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି। ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଓ ପେଟକୁ ଆକ୍ରମଣ କରାଯାଇଛି। ଗଉଡ଼ପାଲି କେନାଲକୁ ଶୌଚ ପାଇଁ ଯାଇଥିଲା ବେଳେ ଏହି ଘଟଣା ଘଟିଛି।
ମୃତକ ଜଣକ ହେଲେ ଲମ୍ବୋଦର ନାୟକ। ସମ୍ବଲପୁର ମହୁଲପାଲୀ ଥାନା ଅନ୍ତର୍ଗତ ଛଦତାବର ଗାଁରେ ତାଙ୍କ ଘର। ଅସୁସ୍ଥ ବାପାଙ୍କ ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ମେଡିକାଲ ନେଇ ଆସିଥିଲେ ଲମ୍ବୋଦର। ଗଉଡ଼ପାଲି କେନାଲକୁ ଶୌଚ ପାଇଁ ଯାଇଥିଲା ବେଳେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟା ହୋଇଥିବା ପୁଲିସ ପ୍ରାଥମିକ ସୂଚନା ଦେଇଛି। ପୁଲିସର ଏକ ଟିମ ବୁର୍ଲା ମେଡିକାଲ ଯାଇ ତନାଘନା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।