ଉନ୍ମୋଚିତ ହେଲା ସରୋଜ ବଳଙ୍କ ଅଫ୍‌ବିଟ୍‌ ଗୀତ ସିଡି ‘ଆଚ୍ଛା ହଉ’

Ordigital Desk
  • Published: Tuesday, 05 December 2017
  • , Updated: 05 December 2017, 04:04 PM IST
<p>ଭୁବନେଶ୍ୱର: କଳାକାର ଟ୍ରଷ୍ଟ୍&zwnj; ପକ୍ଷରୁ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥାନୀୟ କେଶରୀ ହୋଟେଲ୍&zwnj;ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟର ପ୍ରଥମ କଳାକୃତି ଭାବେ ଅଫବିଟ୍&zwnj; ସଙ୍ଗୀତ ଆଲ୍&zwnj;ବମ୍&zwnj; &#039;ଆଚ୍ଛା ହଉ&#039;ବିଶିଷ୍ଟ ଗୀତିକାର ତଥା ଲେଖକ ଦେବଦାସ ଛୋଟରାୟଙ୍କ ଦ୍ୱାରା ଶ୍ରୋତାର୍ପିତ ହୋଇଥିଲା। ଯୁବ ଲେଖକ ସରୋଜ ବଳଙ୍କ ଗୀତ ଓ ସଙ୍ଗୀତ ସଂଯୋଜନାରେ ପ୍ରସ୍ତୁତ ଏହି ଆଲ୍&zwnj;ବମ୍&zwnj;ରେ ସୌରଭ ନାୟକ, ଅସୀମା ପଣ୍ଡା , ରବି ନାରାୟଣ ଏବଂ ନିବେଦିତା ଜେନା ଗୋଟିଏ ଗୋଟିଏ ଗୀତ ଗାଇଥିବା ବେଳେ ନିଜେ ସରୋଜ ବଳ ୪ଟି ଗୀତ ଗାଇଛନ୍ତି। ଗୀତ ଗୁଡିକ ନିତିଦିନିଆ ଜୀବନର ଘଟଣାକୁ ନେଇ ରଚିତ ହୋଇଛି। ଏଥିପାଇଁ ଗୀତ ଗୁଡ଼ିକ ନିଆରା ହୋଇଛି।</p> <p>ଯୁବ କଥାକାର ନେତାଜୀ ଅଭିନନ୍ଦନଙ୍କ ଦ୍ୱାରା ସଂଚାଳିତ ଏହି କାର୍ଯ୍ୟକ୍ରମରେ &#039;ଆଚ୍ଛା ହଉ&#039; ଆଲ୍&zwnj;ବମ୍&zwnj;ର ନିର୍ମାଣକାଳୀନ ଏକ ବୃତ୍ତଚିତ୍ର ପଦର୍ଶିତ ହୋଇଥିଲା। ପରେ ପରେ ଉପସ୍ଥିତ ଶିଳ୍ପୀ ମାନଙ୍କ ଦ୍ୱାରା କେତୋଟି ସଙ୍ଗୀତ ପରିବେଶିତ ହୋଇଥିଲା। ମଝିରେ ମଝିରେ ଦର୍ଶକଙ୍କ ଗ୍ୟାଲେରୀରେ ଥିବା ବିଶିଷ୍ଟ କବି ଲେଖକ ଓ ଗୀତିକାର ମଞ୍ଚକୁ ଯାଇ ଗୀତ ସଂପର୍କରେ ନିଜର ମତ ରଖିଥିଲେ। ଉତ୍ସବର ଶେଷ ଭାଗରେ ଆଲ୍&zwnj;ବମ୍&zwnj;ର ଗୋଟିଏ ଗୀତ ଲୋକଗୀତକୁ ନେଇ ବୃନ୍ଦନୃତ୍ୟର ସଂଯୋଜନା କରିଥିଲେ ଯୁବ ନୃତ୍ୟୁଗୁରୁ ପ୍ରିୟାଂଶୁ ପ୍ରିୟଦେବ।</p>

Related story