ରିପବ୍ଲିକ ଜନ୍ କୀ ବାତ୍ ସର୍ଭେ: ଓଡ଼ିଶାର ଏହି ସବୁ ଆସନରେ ଜିତିବ ବିଜେପି

ନୂଆଦିଲ୍ଲୀ: ଭୋଟ୍ ଗଣତି ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପବ୍ଲିକ ଜନ୍ କୀ ବାତ୍ ପକ୍ଷରୁ ଏକଜିଟ୍‌ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। ପୂର୍ବରୁ ଜନ୍‌ କୀ ବାତ୍‌ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୨ଟି, ଶାସକ ବିଜେଡି ୮ଟି ଓ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଆକଳନ କରିଥିଲା। ଏବେ ସଂସ୍ଥା ପକ୍ଷରୁ କେଉଁ କେଉଁ ଲୋକସଭା ଆସନରେ ବିଜେପି, କଂଗ୍ରେସ ଓ ବିଜେଡି ଜିତିବେ, ସେକଥା କହିଛି। ବିଜେପି: ବଲାଙ୍ଗିର, କଳାହାଣ୍ଡି, […]

e

e

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 06:37 PM IST

ନୂଆଦିଲ୍ଲୀ: ଭୋଟ୍ ଗଣତି ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପବ୍ଲିକ ଜନ୍ କୀ ବାତ୍ ପକ୍ଷରୁ ଏକଜିଟ୍‌ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। ପୂର୍ବରୁ ଜନ୍‌ କୀ ବାତ୍‌ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୨ଟି, ଶାସକ ବିଜେଡି ୮ଟି ଓ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଆକଳନ କରିଥିଲା। ଏବେ ସଂସ୍ଥା ପକ୍ଷରୁ କେଉଁ କେଉଁ ଲୋକସଭା ଆସନରେ ବିଜେପି, କଂଗ୍ରେସ ଓ ବିଜେଡି ଜିତିବେ, ସେକଥା କହିଛି।

ବିଜେପି: ବଲାଙ୍ଗିର, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦ୍ରାପଡ଼ା, କୋରାପୁଟ୍‌, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଓ ଢେଙ୍କାନାଳ।

କଂଗ୍ରେସ: ନବରଙ୍ଗପୁର।

ବିଜେଡି: ବରଗଡ଼, ଭଦ୍ରକ, ଯାଜପୁର, କନ୍ଧମାଳ, କଟକ, ଜଗତସିଂହପୁର, ଆସ୍କା, ବ୍ରହ୍ମପୁର।

୨୦୧୪ରେ ବିଜେଡି ୨୧ଟି ଲୋକସଭା ଆସନରୁ ୨୦ଟିରେ ଜିତିଥିବା ବେଳେ ବିଜେପି କେବଳ ଗୋଟିଏ ଆସନରେ ଜିତିଥିଲା। ହେଲେ ଏବେ ଓଡ଼ିଶାରେ ମୋଦି ୱେଭ୍‌ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ସି-ଭୋଟର୍‌ ସର୍ଭେ ଅନୁଯାୟୀ, ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟ କାଣ୍ଟେକା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଇଛି। ଏହି ସଂସ୍ଥା ବିଜେପି ୧୦ଟି ଓ ବିଜେଡି ୧୧ଟି ଆସନ ଜିତିବ ବୋଲି କହିଛି। ସେହିପରି କଂଗ୍ରେସ ୨୦୧୪ ପରି ଏଥର ମଧ୍ୟ ଖାତା ଖୋଲିପାରିବ ନାହିଁ ବୋଲି ସଂସ୍ଥା ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos