ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ। ପ୍ରାର୍ଥୀ ଜଣେ ହେବେ, ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । କାଁଭାଁ, ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି । ବଡ଼ ପରିବାର, କେଉଁଠି କିଛି ଅସୁଖୀ ହେବା ସ୍ୱାଭାବିକ୍ କଥା।
ତେବେ ସମସ୍ତ କଥାକୁ ସମାଧାନ କରିବାକୁ ପ୍ରକ୍ରିୟା ଜାରି ରହିଥିବା ଅରୁଣ କହିଛନ୍ତି। ୯୦ରୁ ୯୫ ପ୍ରତିଶତ ସମାଧାନ ସରିଛି। ତେବେ ଯେଉଁଠି କାଁଭାଁ ରହୁଛି ସେଠାରେ କିପରି ସମାଧାନ କରାଯାଇପାରିବ ଉଦ୍ୟମ ଚାଲୁଛି ବୋଲି ସେ କହିଛନ୍ତି ।