ଶେଷରେ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ (ଓଡ଼ିଶା ରିପୋର୍ଟର): ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ କଟକଣା ହଟିଛି। ଏଣିକି ବାହାର ଜିଲ୍ଲାର ଲୋକଙ୍କ ମୃତଦେହ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ। ଏନେଇ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ବଲୱନ୍ତ ସିଂହ କହିଛନ୍ତି, ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଛି। ତେବେ ଶବ ସତ୍କାର ବେଳେ କୋଭିଡ୍ ଗାଇଡଲାଇନ ପାଳନ ନିହାତି ଜରୁରୀ। ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ […]

puri

Ranjit Kumar Jena
  • Published: Monday, 19 October 2020
  • , Updated: 19 October 2020, 05:34 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ କଟକଣା ହଟିଛି। ଏଣିକି ବାହାର ଜିଲ୍ଲାର ଲୋକଙ୍କ ମୃତଦେହ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ। ଏନେଇ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

ବଲୱନ୍ତ ସିଂହ କହିଛନ୍ତି, ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଛି। ତେବେ ଶବ ସତ୍କାର ବେଳେ କୋଭିଡ୍ ଗାଇଡଲାଇନ ପାଳନ ନିହାତି ଜରୁରୀ। ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ। ଉପସ୍ଥିତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୮ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାର ଉପରେ କଟକଣା ଲଗାଯାଇଥିଲା। ସେ ସମୟରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଥିଲା। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଥିଲେ।

Related story