ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା କୁଟୁଳୀ ଗାଁ ନିକଟରେ ଏକ କାର୍ ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଦ୍ୱୟ ହେଲେ ବିକାଶ ମିଣିଆକା ଓ ସାହୁ ପ୍ରାସ୍କା। ବିକାଶଙ୍କ ଘର ମିନାପାଇ ଗାଁରେ ଏବଂ ସାହୁ ପ୍ରାସ୍କାଙ୍କ ଘର ଟୁଡୁଲେଲରି ଗାଁରେ।
ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି। ବିକାଶ ଓ ସାହୁ ପ୍ରାସ୍କା ଚାଲି ଚାଲି ଚାଉଳ ଆଣିବା ପାଇଁ କୁଟୁଳୀ ପଞ୍ଚାୟତକୁ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ବସିଛନ୍ତି। ଖବର ପାଇ ଘଟଣାସ୍ଥଳରେ ରାୟଗଡ଼ା ତହସିଲଦାର ଓ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।