ଓଲଟି ପଡ଼ିଲା ବସ୍‌, ୨୨ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ  ଏକ ବସ୍‌ ଆଜି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ୨୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଯାତ୍ରୀ ଭୁବନେଶ୍ୱରର ସାଲିଆସାହିର ବୋଲି ଜଣାପଡ଼ିଛି। ସେମାନେ ବାଙ୍କେଶ୍ୱରୀ ପୀଠ ବୁଲିବାକୁ ଯାଉଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।