ବାଇକ ଚାଳକକୁ ପିଟିଲା ଅଜଣା ଗାଡି

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାତୀବାରୀ ରୋଡ୍ କଲେଜ ସମ୍ମୁଖରେ ଥିବା ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଚାଳକକୁ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଗ୍ରାମର ବାସିନ୍ଦା ସନ୍ଦୀପ ଲୁଗୁନ୍। ତାଙ୍କୁ ବୀରମିତ୍ରପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ […]

biramitrapur

biramitrapur

Tapaswini Nayak
  • Published: Thursday, 29 October 2020
  • Updated: 29 October 2020, 10:09 AM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାତୀବାରୀ ରୋଡ୍ କଲେଜ ସମ୍ମୁଖରେ ଥିବା ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଚାଳକକୁ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।

ଆହତ ଜଣକ ହେଲେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଗ୍ରାମର ବାସିନ୍ଦା ସନ୍ଦୀପ ଲୁଗୁନ୍। ତାଙ୍କୁ ବୀରମିତ୍ରପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଉକ୍ତ ଯୁବକ କୌଣସି କାମରେ ଜଲଙ୍ଗବିରା ଗ୍ରାମକୁ ଆସି ନିଜର କାର୍ଯ୍ୟ ସାରି ଘରକୁ ଫେରୁ ଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଅଜଣା ଗାଡ଼ି ଦୁର୍ଘଟଣାରେ ତାଙ୍କର ବାମ ଗୋଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାl

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos