ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୌରାଙ୍ଗପୁର ଗାଁରେ ।
ମୃତକ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ପଢ଼ିଆରୀ। ଗୁରୁତର ହୋଇ ପଡିଥିବା ତାଙ୍କ ବାପା ରଞ୍ଜିତ କୁମାର ପଢ଼ିଆରୀଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଗତକାଲି ରାତିରେ ସୌମ୍ୟରଞ୍ଜନ ଟ୍ୟୁସନ୍ ସାରି ବାପାଙ୍କ ସହ ସ୍କୁଟିରେ ଘରକୁ ଆସୁଥିଲେ। ଏହି ସମୟରେ ପଛକୁ ବ୍ୟାକ୍ କରୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଗାଁ ଲୋକେ ଅଟକ ରଖିଛନ୍ତି। ହେଲେ ଡ୍ରାଇଭର ଫେରାର୍ ହୋଇଯାଇଛି। ରଣପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।
Crime
ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ
ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍ପିକୁ ଖବର ଦେଇଥିଲେ।
Crime
ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର
ବାର୍ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।