ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁକୁ ନେଇ ରାସ୍ତାରୋକ

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 05:40 PM IST
<p>ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ସିନର୍ଜି କଲେଜ ଆଗରେ ଉତ୍ତେଜନା ଦେଖାଦେଇଥିଲା। କଲେଜ ଆଗରେ ମୃତଦେହ ରଖି ଛାତ୍ରଛାତ୍ରୀମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।</p> <p>କଲେଜର ଚତୁର୍ଥ ବର୍ଷରେ ପଢୁଥିବା ଢେଙ୍କାନାଳ ଖମାର ସାହିର ସୁରଜ ସାହୁ ଆଜି ବାଇକ୍&zwnj;ରେ କଲେଜକୁ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।</p>

Related story