ଶ୍ମଶାନ ଯିବାକୁ ବାଟ ନାହିଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନରସିଂହପୁର(ଦିଲୀପ ପଣ୍ଡା): ଶ୍ମଶାନକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରେ ବସିଲେ ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା। ସୂଚନାଅନୁସାରେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ୯୮ ଡିସିମିଲ ଜାଗାରେ ଏକ  ଶ୍ମଶାନ ଅଛି। ହେଲେ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡ଼ି ବସିଛନ୍ତି। ଫଳରେ ଶବ ନେଇ ଶ୍ମଶାନ ଯିବାକୁ ବାଟ ନାହିଁ। ଏନେଇ ଗାଁ ଲୋକେ ୫ ବର୍ଷ ହେବ […]

ctc

ctc

Jyoshna Pradhan
  • Published: Monday, 16 December 2019
  • Updated: 16 December 2019, 09:57 AM IST

Sports

Latest News

ନରସିଂହପୁର(ଦିଲୀପ ପଣ୍ଡା): ଶ୍ମଶାନକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରେ ବସିଲେ ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା। ସୂଚନାଅନୁସାରେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ୯୮ ଡିସିମିଲ ଜାଗାରେ ଏକ  ଶ୍ମଶାନ ଅଛି। ହେଲେ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡ଼ି ବସିଛନ୍ତି। ଫଳରେ ଶବ ନେଇ ଶ୍ମଶାନ ଯିବାକୁ ବାଟ ନାହିଁ।

ଏନେଇ ଗାଁ ଲୋକେ ୫ ବର୍ଷ ହେବ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସେମାନଙ୍କ କଥା କେହି କର୍ଣ୍ଣପାତ କରୁ ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ତେଣୁ ଆଜି ଗାଁ ଲୋକେ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱରଠାରେ ରାସ୍ତାରୋକ କରିଥିଲେ। ଖବର ପାଇଁ ଆଠଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।  ଏଥିସହ ଆସନ୍ତା ବୁଧବାର ଦିନ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ, ପୁଲିସ୍‌ ଓ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ପ୍ରତିଶ୍ରୁତି ଦେବାରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos