ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ୱତନ୍ତ୍ର ଜେଲ୍ରେ ପୁଣି ୫୪ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହେଲେ । ଶୁକ୍ରବାର ଏନେଇ ଜେଳ୍ କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଟ୍ୱିଟ କରି ଜଣାଇଛନ୍ତି। କରୋନା ଆକ୍ରାନ୍ତଙ୍କୁ ଜେଲ୍ରେ ଥିବା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ୨୦ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୨୫ ଜଣ ଚିହ୍ନଟ ହୋଇଥିଲେ । ପୂର୍ବରୁ ମଧ୍ୟ ଏହି ଜେଲ୍ରେ ୨୩ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ । ନୂଆ ୫୪ ଜଣଙ୍କୁ ମିଶାଇ ରାଉରକେଲା ସ୍ୱତନ୍ତ୍ର ଜେଲ୍ରେ ଏପର୍ଯ୍ୟନ୍ତ ୧୨୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇ ସାରିଲେଣି ।
ରାଉରକେଲା ସ୍ୱତନ୍ତ୍ର ଜେଲ୍ରୁ ଏତେ ସଂଖ୍ୟକ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଏବେ ନିୟମିତ ଭାବେ ଜେଲ୍ରେ ବିଶୋଧନ କାର୍ଯ୍ୟ ଚାଲିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।