ବାଲୁଖଣ୍ଡ ଅଭୟାରଣ୍ୟରେ କୃତ୍ରିମ ମୁହାଣ

<p>କୋଣାର୍କ: ପୁରୀ ଜିଲ୍ଲାର କୋଣାର୍କ ନିକଟ ସମୁଦ୍ରରେ ଆଉଏକ ମୁହାଣ ସୃଷ୍ଟି ହୋଇଛି। ଏଠାକାର ବାଲୁଖଣ୍ଡ ଅଭୟାରଣ୍ୟରେ ମୁହାଣଟି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଅଭୟାରଣ୍ୟ ଅଞ୍ଚଳରେ ବହୁ ପରିମାଣର ବର୍ଷାଜଳ ଜମି ରହିଥିଲା। ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରେ ଏକ ନାଳ ଖୋଲିଥିଲେ, ଫଳରେ ସେଠାରେ କୃତ୍ରିମ ମୁହାଁଣ ସୃଷ୍ଟି ହୋଇଛି। ସେହି ମୁହାଁଣ ଦେଇ ପ୍ରଖର ବେଗରେ ବର୍ଷା ଜଳ ସମୁଦ୍ରକୁ ନିଷ୍କାସିତ ହେଉଛି। ଫଳରେ ଏହା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଯଦି ଏବେଠାରୁ ଏହି ମୁହାଣ ପ୍ରତି ଗୁରୁତ୍ବ ଦିଆନଯାଏ ତେବେ ଆଗକୁ ଏହା ବଢ଼ିପାରେ ବୋଲି ଆଶଂକା କରାଯାଉଛି।</p>

Ordigital Desk
  • Published: Monday, 09 October 2017
  • Updated: 09 October 2017, 02:33 PM IST

Sports

Latest News

<p>କୋଣାର୍କ: ପୁରୀ ଜିଲ୍ଲାର କୋଣାର୍କ ନିକଟ ସମୁଦ୍ରରେ ଆଉଏକ ମୁହାଣ ସୃଷ୍ଟି ହୋଇଛି। ଏଠାକାର ବାଲୁଖଣ୍ଡ ଅଭୟାରଣ୍ୟରେ ମୁହାଣଟି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଅଭୟାରଣ୍ୟ ଅଞ୍ଚଳରେ ବହୁ ପରିମାଣର ବର୍ଷାଜଳ ଜମି ରହିଥିଲା। ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରେ ଏକ ନାଳ ଖୋଲିଥିଲେ, ଫଳରେ ସେଠାରେ କୃତ୍ରିମ ମୁହାଁଣ ସୃଷ୍ଟି ହୋଇଛି। ସେହି ମୁହାଁଣ ଦେଇ ପ୍ରଖର ବେଗରେ ବର୍ଷା ଜଳ ସମୁଦ୍ରକୁ ନିଷ୍କାସିତ ହେଉଛି। ଫଳରେ ଏହା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଯଦି ଏବେଠାରୁ ଏହି ମୁହାଣ ପ୍ରତି ଗୁରୁତ୍ବ ଦିଆନଯାଏ ତେବେ ଆଗକୁ ଏହା ବଢ଼ିପାରେ ବୋଲି ଆଶଂକା କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos