ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ପାଇଁ ୧୭ ହଜାର କୋଟିର ପ୍ୟାକେଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଯୋଗୁ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତିକୁ ସକ୍ରିୟ କରିବା ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ବିଭାଗର ସମନ୍ୱୟରେ ଏକ ସ୍ୱତନ୍ତ୍ର ଜୀବନଜୀବିକା ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ପ୍ୟାକେଜରେ ମୋଟ ୧୭ହଜାର କୋଟି ଟଙ୍କା ରହିଛି ଓ ଏହା ଚଳିତବର୍ଷ ଜୁନ୍ ୧ରୁ ୨୦୨୧ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଖର୍ଚ୍ଚ ହେବ। ଅର୍ଥନୀତିକ ସଙ୍କଟକୁ ଦୂର କରି ଗ୍ରାମାଞ୍ଚଳରେ ଲୋକଙ୍କୁ ସିଧାସଳଖ ରୋଜଗାର ଯୋଗାଇବା ନିମନ୍ତେ […]

migrate-return

migrate-return

Manoranjan Sial
  • Published: Friday, 29 May 2020
  • Updated: 29 May 2020, 05:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଯୋଗୁ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତିକୁ ସକ୍ରିୟ କରିବା ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ବିଭାଗର ସମନ୍ୱୟରେ ଏକ ସ୍ୱତନ୍ତ୍ର ଜୀବନଜୀବିକା ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ପ୍ୟାକେଜରେ ମୋଟ ୧୭ହଜାର କୋଟି ଟଙ୍କା ରହିଛି ଓ ଏହା ଚଳିତବର୍ଷ ଜୁନ୍ ୧ରୁ ୨୦୨୧ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଖର୍ଚ୍ଚ ହେବ। ଅର୍ଥନୀତିକ ସଙ୍କଟକୁ ଦୂର କରି ଗ୍ରାମାଞ୍ଚଳରେ ଲୋକଙ୍କୁ ସିଧାସଳଖ ରୋଜଗାର ଯୋଗାଇବା ନିମନ୍ତେ ଏହି ଅର୍ଥନୀତିକ ହସ୍ତକ୍ଷେପ ଜରୁରୀ ହୋଇଛି। ଆଜି ମନ୍ତ୍ରିପରିଷଦ ବୈଠକରେ ଏହି ପ୍ୟାକେଜ୍ ନେଇ ଆଲୋଚନା ହେବାପରେ ଏହାକୁ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଏହି ୧୭ହଜାର କୋଟି ଟଙ୍କାର ପ୍ୟାକେଜରେ କୃଷି, ମତ୍ସ୍ୟଚାଷ, ପଶୁପାଳନ, ସମବାୟ, ଖାଦ୍ୟ ସୁରକ୍ଷା, ହସ୍ତଶିଳ୍ପ ଓ ବୟନ ଶିଳ୍ପ, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷା, ପନିପରିବା ଓ ଫଳଚାଷ, ପୋଖରୀ ଖୋଳା ଆଦି ମାଧ୍ୟମରେ ଗ୍ରାମାଞ୍ଚଳରେ ଏହି ରାଶି ବିନିଯୋଗ ହେବ। ଏହାଛଡ଼ା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି।
ଏହି ପ୍ୟାକେଜରେ ଗ୍ରାମାଞ୍ଚଳରେ କୃଷି ପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୨୪.୫୬ଲକ୍ଷ ଚାଷୀ ଉପକୃତ ହେବେ । ୪ହଜାର ପାନଚାଷୀଙ୍କ ପାଇଁ ୧୬କୋଟି ଟଙ୍କା, ୧୦ହଜାର ଚାଷୀ ଓ ୫ହଜାର ଏସଏଚଜିକୁ ଛତୁ୧୦ଲକ୍ଷ ଚାଷୀଙ୍କୁ ସାଢ଼େ ୫ଲକ୍ଷ କ୍ୱିଣ୍ଟାଲ ବିହନ ଏହି ଯୋଜନାରେ ଯୋଗାଇ ଦିଆଯିବ। ଏଥିରେ ୭୫ପ୍ରତିଶତ ସବସିଡି ବ୍ୟବସ୍ଥା ରହିଛି। ୫ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍ ପନିପରିବା ବିହନ ଯୋଗାଇ ଦିଆଯିବ। ୫୦ହଜାର ହେକ୍ଟର ଜମିରେ ଏହି ଚାଷ ହେବ । ସେହିପରି ଆଉ ୫ଲକ୍ଷ ଚାଷୀଙ୍କୁ ପନିପରିବା ବିହନ ମିନି କିଟ୍ ଦିଆଯିବ। ୬୭ହଜାର ଏକର ଜମିରେ ଚାଷ ପ୍ରଦର୍ଶନ ସହାୟତା ଯୋଗାଇ ଦିଆଯିବ। ପ୍ରତିଚାଷୀଙ୍କୁ ଗୋଟିଏ ହେକ୍ଟର କରି ସହାୟତା ପ୍ରଦାନ କରାଯିବ।

ସେହିପରି ୩୮୯୦୦ ମତ୍ସ୍ୟ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ୧୧୧.୪୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫ହଜାର ଚାଷୀଙ୍କୁ ପୋଖରୀ ଖୋଳିବା, ଚୁଙ୍ଗୁଡ଼ି ଚାଷ, ସାମୁଦ୍ରିକ ମାଛ ଚାଷୀଙ୍କୁ ଜୀବିକା ସହାୟତା ଯୋଗାଇବାକୁ ନିଷ୍ପତ୍ତି ହୋଇଛି।
ପଶୁପାଳନ କ୍ଷେତ୍ରରେ ୫୨୫୦ଜଣ ଚାଷୀଙ୍କୁ ସହାୟତା ଦେବା ପାଇଁ ୬୨.୨୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏଥିରେ କୁକୁଡ଼ା ଚାଷୀ ଓ ଅଣ୍ଡା ଚାଷୀ ସାମିଲ ଅଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପ୍ରବାସୀ ଓଡ଼ିଆମାନେ ନିଜ ଗାଁକୁ ଫେରିଥିବାରୁ ସେମାନଙ୍କୁ କାମଧନ୍ଦା ଯୋଗାଇବା ବି ସରକାରଙ୍କ ଦାୟିତ୍ୱ। ଏହାକୁ ଦୃଷ୍ଟିରେ ରଖି ୨୦କୋଟି ଟଙ୍କା କାର୍ଯ୍ୟ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଯୋଜନା ମାଧ୍ୟମରେ ୬୬୪୦ କୋଟି ଟଙ୍କାରେ ୪୬.୪୫ଲକ୍ଷ ହିତାଧିକାରୀଙ୍କ ପାଇଁ ଏହି ୨୦କୋଟି କାର୍ଯ୍ୟ ଦିବସ ବ୍ୟବସ୍ଥା କରାଯିବ। ଦକ୍ଷତା ବିକାଶ ପାଇଁ ୪୦କୋଟି ଟଙ୍କା ଖର୍ଚ୍ଚ ସହ ଗାଁରେ ଫଳ ଓ ପନିପରିବାର ତଥା ପୃଷ୍ଟିକର ଖାଦ୍ୟ ଲାଗି ଗଛ ଲଗାଇବାକୁ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।ଏସବୁ ନିଷ୍ପତ୍ତି ଯୋଗୁ କରୋନା ପ୍ରଭାବରେ ଜୀବିକା ହରାଇଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ରୋଜଗାର ପନ୍ଥା ମିଳିପାରିବ ବୋଲି ଆଶା କରାଯାଉଛି। ଅବଶ୍ୟ ଏହି ୧୭ହଜାର କୋଟି ଟଙ୍କାର ପ୍ୟାକେଜ୍ ବିଭିନ୍ନ ବିଭାଗରେ ଆବଣ୍ଟିତ ବଜେଟ୍ ଅର୍ଥ ମଧ୍ୟରେ ହିଁ ପ୍ରସ୍ତୁତ କରାଯାଇଛି। ଏସବୁ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଥିବା ଅର୍ଥ ମାଧ୍ୟମରେ ଏହି ପ୍ୟାକେଜ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story