ନୂଆପଡ଼ା ପାଇଁ ୨୪୫୦କୋଟି ଟଙ୍କାର ପ୍ୟାକେଜ୍ , ମୁଖ୍ୟମନ୍ତ୍ରୀ କରିବେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି, ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୨୪୫୦କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଛି। ନୂଆପଡ଼ା ଜିଲ୍ଲାରେ ସାଂଗଠନିକସ୍ତରରେ ବ୍ୟାକଫୁଟରେ ଥିବା ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ଦଳୀୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର […]

Naveen Patnaik

Naveen Patnaik

Ordigital Desk
  • Published: Monday, 08 March 2021
  • Updated: 08 March 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି, ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୨୪୫୦କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଛି। ନୂଆପଡ଼ା ଜିଲ୍ଲାରେ ସାଂଗଠନିକସ୍ତରରେ ବ୍ୟାକଫୁଟରେ ଥିବା ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ଦଳୀୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ଦିନିକିଆ ଗସ୍ତରେ ଯାଇ ନୂଆପଡ଼ାର ଖଡ଼ିଆଳଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ପାଇଁ ପ୍ରାୟ ୪୪ଟି ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର କରିବେ। ଏଥିରେ ତିଖିାଲି ଡ୍ୟାମଠାରେ ଜଳସେଚନ ପ୍ରକଳ୍ପକୁ ଶୁଭାରମ୍ଭ କରିବେ।

ଏହି ପ୍ରକଳ୍ପ ଉଦଘାଟନ ପରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ସମେତ ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡା, ଟିଟିଲାଗଡ଼ ଓ ମୁଡ଼ିବାହାଲ ବ୍ଲକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ଉଦନ୍ତୀ ନଦୀରେ ଏକ ବ୍ରିଜ୍ ଯାହାକି ଧର୍ମଗଡ଼ ଓ ସିନାପାଲି ମଧ୍ୟରେ ସଂଯୋଗ କରୁଛି ତାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏହାବ୍ୟତୀତ ନୂଆପଡ଼ା ଜିଲ୍ଲାରେ ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ସମେତ ପ୍ରାୟ ୩୬ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। କେବଳ ତିଖିାଲି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖଡ଼ିଆଳ ସଭାମଂଚରେ ରହି ଅନ୍ୟ ସମସ୍ତ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ନିଜର ନେତାମାନଙ୍କୁ ବ୍ଲକ ଓ ପଂଚାୟତ ଦାୟିତ୍ୱ ନ୍ୟସ୍ତ କରିଛି।  ୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି। ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି। ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀଙ୍କୁ ନୂଆପଡ଼ାର ୫ଟି ବ୍ଲକ୍ ଓ ବଲାଙ୍ଗିରର ୩ଟି ବ୍ଲକ ଦାୟିତ୍ୱ ଆବଣ୍ଟନ ହୋଇଛି। ବଲାଙ୍ଗିରର ୩ଟି ବ୍ଲକ ଯଥା ବଙ୍ଗମୁଣ୍ଡା,ମୁରିବାହଲ ଓ ଟିଟିଲାଗଡ଼ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁ ଥିବାବେଳେ ସିନାପାଲି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୋମନା  ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ନୂଆପଡ଼ା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବକିଶୋର ଦାସ ଥିବାବେଳେ ବୋଡେନ୍ ଓ ଖଡ଼ିଆଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସୁଜିତ୍ କୁମାର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରତାପ ଦେବ ରହିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଅରୁଣ ସାହୁ ଓ ରଘୁନନ୍ଦନ ଦାସ ପ୍ରମୁଖଙ୍କ ସମେତ ୮ଟି ଯାକ ବ୍ଲକ ପାଇଁ ମୋଟ ୪୦ଜଣ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଏମାନଙ୍କ ବ୍ୟତୀତ ପ୍ରାୟ ୬୦ଜଣ ଦଳୀୟ ପଦାଧିକାରୀଙ୍କୁ ମଧ୍ୟ ଏହି ସବୁ ବ୍ଲକରେ ମୁତୟନ କରାଯିବ। ଏହି ନେତାମାନଙ୍କୁ ଆଜି ରାତିସୁଦ୍ଧା ଖଡ଼ିଆଳ ଓ କଣ୍ଟାବାଞ୍ଜିରେ ପହଂଚିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos