‘ଶ୍ରୀରାମ ମନ୍ଦିର ନିର୍ମାଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଦେଶର ଆସ୍ଥାର ବିଷୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ଦେଶର ଆସ୍ଥାର ବିଷୟ। ରାଷ୍ଟ୍ରୀୟ  ସ୍ୱୟଂସେବକ ସଂଘ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦ୍‌ଘାଟନ ପରେ ସଂଘର ସହ ସରକାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ସଂଘର ମୁଖ୍ୟ ମୋହନ ଭାଗବତ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ […]

rss

rss

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ଦେଶର ଆସ୍ଥାର ବିଷୟ। ରାଷ୍ଟ୍ରୀୟ  ସ୍ୱୟଂସେବକ ସଂଘ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦ୍‌ଘାଟନ ପରେ ସଂଘର ସହ ସରକାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି।

ଓଡ଼ିଶାରେ ପ୍ରଥମ ଥର ପାଇଁ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ସଂଘର ମୁଖ୍ୟ ମୋହନ ଭାଗବତ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଘ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ପଶ୍ଚିମବଙ୍ଗରେ କ୍ରମାଗତ ଭାବେ ହିଂସା ବଢୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସଂଘ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କହିଛନ୍ତି-“ପଶ୍ଚିମବଙ୍ଗରେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରୀୟ ବିଚାର ଲୋକମାନଙ୍କୁ ହତ୍ୟା କରାଯାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସଂଘ ଜାଣିଛି ଯେ, ସରକାର ସବୁ କିଛି କରି ପାରିବ ନାହିଁ। ସମାଜକୁ ନିଜେ ନିଜର କାର୍ଯ୍ୟ କରିବାକୁ ହେବ। ଏହି ଭାବନାକୁ ନେଇ ସଂଘର ସ୍ୱୟଂସେବକମାନେ ସମାଜ ପରିବର୍ତ୍ତନ କାର୍ଯ୍ୟରେ ସକ୍ରିୟ ଅଛନ୍ତି।”

ସେ ଆହୁରି କହିଛନ୍ତି-“ସାରା ଦେଶରେ ସଂଘର ୫୭,୪୧୧  ଦୈନିକ  ଶାଖା  ଓ ୧୮୯୨୩ ସାପ୍ତାହିକ ମିଳନ ଚାଲୁଅଛି। ୨୦୦୯ ମସିହାରେ ସଂଘର କାମକୁ ବଢାଇବା ପାଇଁ ଯୋଜନା ହୋଇଥିଲା। ଏହି କାରଣରୁ ୨୦୧୦ରୁ କ୍ରମାଗତ ଭାବେ ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୦ ପରେ ମୋଟ ଶାଖା ୧୯ ହଜାର ୫୮୪ ବୃଦ୍ଧି ପାଇଛି। ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୬  ହଜାର ଶାଖା  ବୃଦ୍ଧି ପାଇଛି।”

ଡ. ମନମୋହନ ବୈଦ୍ୟ କହିଛନ୍ତି-“୨୦୧୩ରେ ୱେବସାଇଟ ମାଧ୍ୟମରେ ସଂଘରେ ଯୋଗଦେବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ  ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଅନୁରୋଧ ଆସିଥିଲା। ଯେଉଁଥିରେ ଯୁବକ ଓ ଛାତ୍ରଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୧୩ ରେ ସଂଘରେ ସାମିଲ ହେବା ପାଇଁ ୮୮,୮୪୩ ଜଣ ଅନୁରୋଧ କରିଥିଲେ। ୨୦୧୪ ରୁ ୨୦୧୬ ଭିତରେ ହାରାହାରି ବାର୍ଷିକ ୯୦ରୁ  ୯୫ ହଜାର ଲୋକ, ୨୦୧୭ରେ ୧.୨୫ ଲକ୍ଷ, ୨୦୧୮ରେ ୧.୫ ଲକ୍ଷ ଓ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୧.୩  ଲକ୍ଷ ଅନୁରୋଧ ମିଳିଛି। ସଂଘ  କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଯୋର ଦିଆଯାଉଛି।”

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos