ନୂଆ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ ଘଣ୍ଟା ଖୋଲା ରହିବ ଆରଟିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ଦିନ ଧରି ସରକାରୀ ଛୁଟି ରହୁଥିଲେ ମଧ୍ୟ ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଖୋଲା ରହିବ। ବିନା ନମ୍ବର ଆଲଟମେଣ୍ଟରେ କୌଣସି ଗାଡ଼ି ଗ୍ରାହକଙ୍କୁ ନଦେବା ପାଇଁ ରହିଥିବା ନିୟମର ଯେଭଳି ଉଲ୍ଲଘଂନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଲକ୍ଷ୍ମୀପୂଜା ଅବସରରେ ଅକ୍ଟୋବର ୩୦ରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟି ରହୁଛି। […]

traffic

Manoranjan Sial
  • Published: Thursday, 29 October 2020
  • , Updated: 29 October 2020, 10:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ଦିନ ଧରି ସରକାରୀ ଛୁଟି ରହୁଥିଲେ ମଧ୍ୟ ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଖୋଲା ରହିବ। ବିନା ନମ୍ବର ଆଲଟମେଣ୍ଟରେ କୌଣସି ଗାଡ଼ି ଗ୍ରାହକଙ୍କୁ ନଦେବା ପାଇଁ ରହିଥିବା ନିୟମର ଯେଭଳି ଉଲ୍ଲଘଂନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି।

ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଲକ୍ଷ୍ମୀପୂଜା ଅବସରରେ ଅକ୍ଟୋବର ୩୦ରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟି ରହୁଛି। ଏହି ୩ଦିନ ଛୁଟି ରହୁଥିବାରୁ ରେଜିଷ୍ଟ୍ରେସନ କାର୍ଯ୍ୟ ପାଇଁ ଦିନଟିଏ ଖୋଲା ରହିବ। ୩୧ତାରିଖ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଆରଟିଓ ଖୋଲା ରହିବ।

ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ ଗ୍ରହଣ ସହ ନମ୍ବର ଆଲଟମେଣ୍ଟ କରାଯିବ। ଏହି ସମସ୍ତ ୩ଦିନ ଛୁଟିରେ ଘରେ ରହି କାମ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story