ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରରେ ହେବ ରୁକ୍ମଣୀ ହରଣ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହେବ। ସିଂହଦ୍ଵାରରେ ବାଜିବ ତେଲେଙ୍ଗୀ ବାଇଦ ବାଜା। ପ୍ରଥମ ଭୋଗମଣ୍ଡପ ନୀତି ପରେ ରୁକ୍ମଣୀ ହରଣ ନୀତି ପାଇଁ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ନିକଟକୁ ଚିଠାଉ ପଠାଯିବା ପରେ ମଦନମୋହନ […]

jagannath-marrage

jagannath-marrage

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 09:17 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହେବ। ସିଂହଦ୍ଵାରରେ ବାଜିବ ତେଲେଙ୍ଗୀ ବାଇଦ ବାଜା।

ପ୍ରଥମ ଭୋଗମଣ୍ଡପ ନୀତି ପରେ ରୁକ୍ମଣୀ ହରଣ ନୀତି ପାଇଁ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ନିକଟକୁ ଚିଠାଉ ପଠାଯିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ବିମାନକୁ ବିଜେ କରିବେ। ସରସ୍ୱତୀଙ୍କ ମନ୍ଦିର ନିକଟରେ ମହାପ୍ରଭୁ ରୁକ୍ମଣୀଙ୍କୁ ହରଣ କରିବା ସମୟରେ ଶିଶୁପାଳ ତାଙ୍କୁ ବିରୋଧ କରିବେ। ମହାପ୍ରଭୁ ଜଗନ୍ନାଥ ତାଙ୍କୁ (ଶିଶୁପାଳ)ଙ୍କୁ ବାନ୍ଧି ପକାଇବେ। ଏହା ଦେଖି ବଳଭଦ୍ର ମହାପ୍ରଭୁ ଶିଶୁପାଳଙ୍କୁ ମୁକ୍ତ କରିଦେବେ।

ଆଜି ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିବାହ ନୀତି ହେବ। ଶ୍ରୀମନ୍ଦିର ମହୋତ୍ସବ କମିଟି ପକ୍ଷରୁ ୨୦ ହଜାର ଭକ୍ତଙ୍କ ପାଇଁ ମାଗଣା ମହାପ୍ରସାଦ ଭୋଜନର ବ୍ୟବସ୍ଥା ହୋଇଛି। ମହୋତ୍ସବ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos