ନୂଆପଡ଼ା (ମାୟାଧର ସରାଫ): ମା’ ମୃତ୍ୟୁମୁଖରେ ପଡ଼ିଥିବା ଦେଖି ସମ୍ଭାଳି ପାରିଲାନି ପୁଅ। ଆଖି ପିଛୁଳାକେ ଡେଇଁ ପଡ଼ିଥିଲା କୂଅ ଭିତରକୁ। ଉଦ୍ଧାର ହେବା ପର୍ଯ୍ୟନ୍ତ ସେ ମା’ଙ୍କୁ ସୁରକ୍ଷିତ ଭାବେ ଧରି କୂଅ ଭିତରେ ରହିଥିଲା। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ପୁଅ ହବ ତ ଏମିତି ବୋଲି କହୁଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଘଟିଛି ଏହି ଘଟଣା।
ସୂଚନା ଅନୁଯାୟୀ, ଆଜି ସକାଳେ କୋମନା ବଙ୍ଗଲାପଡ଼ାର ୬୬ ବର୍ଷୀୟା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡ଼ି ଯାଇଥିଲେ । ତାଙ୍କ ପୁଅ ସତ୍ୟନାରାୟଣ ଏହା ଦେଖିଥିଲେ। ଫଳରେ ମା’ଙ୍କୁ ରକ୍ଷା କରିବାକୁ ସେ ବି ସଙ୍ଗେ ସଙ୍ଗେ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡ଼ିଥିଲେ।
ଉଭୟ ପ୍ରାୟ ଅଧ ଘଣ୍ଟା କାଳ କୂଅ ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।
Miscellaneous
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।
Miscellaneous
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ।
Crime
ବାଙ୍କୀ ପୁଲିସ୍ର ଅଜବ ସର୍ତ୍ତ: ଅଭିଯୁକ୍ତକୁ ଧରିବା ପାଇଁ ବୋଲେରୋ ଓ ଟଙ୍କା ଦିଅ!
ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍ ସହରରେ ଲାଗି ପଡ଼ିଥିଲେ।
Crime
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।