୪ ବର୍ଷ ବିତିଲାଣି, ମୋ’ ସିନ୍ଦୂର ଉପରେ ଭରସା ଅଛି...

ଜଳେଶ୍ୱର (ଅଜିତ କୁମାର ଦାସ): ଆଜି ସାବିତ୍ରୀ ବ୍ରତ। ସବୁବର୍ଷ ପରି ଆଜି ବି ସୁଭଦ୍ରା ପାଳିଛନ୍ତି ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ମନ୍ଦିର ଯାଇଛନ୍ତି ଓ ପୂଜା କରିଛନ୍ତି। ହେଲେ ପାଖରେ ନାହାନ୍ତି ସ୍ୱାମୀ। ସେ କେବେ ଆସିବେ, ତାହା ବି ସୁଭଦ୍ର ଜାଣିନାହାନ୍ତି। ତଥାପି ତାଙ୍କର ନିଜ ସିନ୍ଦୂର ଉପରେ ବିଶ୍ୱାସ ଅଛି, ସ୍ୱାମୀ ନିଶ୍ଚିତ ଫେରିବେ। ସେହି ଆଶା ଓ ବିଶ୍ୱାସରେ ଆଜି ମଧ୍ୟ ସାବିତ୍ରୀ ବ୍ରତ କରିଛନ୍ତି ସୁଭଦ୍ରା। ବାଲେଶ୍ଵର […]

sabitri

sabitri

Manoranjan Sial
  • Published: Friday, 22 May 2020
  • Updated: 22 May 2020, 07:05 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ଆଜି ସାବିତ୍ରୀ ବ୍ରତ। ସବୁବର୍ଷ ପରି ଆଜି ବି ସୁଭଦ୍ରା ପାଳିଛନ୍ତି ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ମନ୍ଦିର ଯାଇଛନ୍ତି ଓ ପୂଜା କରିଛନ୍ତି। ହେଲେ ପାଖରେ ନାହାନ୍ତି ସ୍ୱାମୀ। ସେ କେବେ ଆସିବେ, ତାହା ବି ସୁଭଦ୍ର ଜାଣିନାହାନ୍ତି। ତଥାପି ତାଙ୍କର ନିଜ ସିନ୍ଦୂର ଉପରେ ବିଶ୍ୱାସ ଅଛି, ସ୍ୱାମୀ ନିଶ୍ଚିତ ଫେରିବେ। ସେହି ଆଶା ଓ ବିଶ୍ୱାସରେ ଆଜି ମଧ୍ୟ ସାବିତ୍ରୀ ବ୍ରତ କରିଛନ୍ତି ସୁଭଦ୍ରା।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଆରୁହାବୃତ୍ତି-୨ ଗାଁର ତପନ ବେହେରା। ୧୫ ବର୍ଷ ତଳେ ସେ ସୁଭଦ୍ରଙ୍କୁ ବିବାହ କରିଥିଲେ। ବାପା, ମାଆ, ପତ୍ନ ଶୁଭଦ୍ରା ଓ ଝିଅକୁ ନେଇ ତାଙ୍କର ଛୋଟ ସଂସାର। ପରିବାର ଚଳାଇବାରେ ଅସୁବିଧା ହେଉଥିବାରୁ ପ୍ରାୟ ପାଞ୍ଚ ବର୍ଷ ତଳେ ଦାଦନ ଖଟିବାକୁ ମୁମ୍ୱାଇ ଚାଲି ଯାଇଥିଲେ। ଆରୁହାବୃତ୍ତି-୨ ଗାଁର ଜଣେ ଦଲାଲ ତାଙ୍କୁ ସାଥୀରେ ନେଇଯାଇଥିଲା।

ଘର ଛାଡ଼ିବାର ୫ରୁ ୬ ମାସ ପରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ତପନ। ଏପରିକି ସେ ପତ୍ନୀ ଶୁଭଦ୍ରାଙ୍କ ସହିତ ଅଳ୍ପ ସମୟ ଧରି କଥା ହୋଇଥିଲେ। ସେତେବେଳେ କହିଥିଲେ, ସାବିତ୍ରୀକୁ ଆସିବେ!! ତା’ପରଠାରୁ ଆଉ ତାଙ୍କ ଫୋନ୍‌ ଲାଗୁନି। ଏହା ପରଠାରୁ ୪ଟା ସାବିତ୍ରୀ ଗଲାଣି। ହେଲେ ତପନ ଘରକୁ ଫେରୁଛନ୍ତି ନା ତାଙ୍କ ଫୋନ୍‌ ଆସୁଛି। ସବୁବେଳେ ତାଙ୍କ ପାଦ ଶବ୍ଦ ସୁଭଦ୍ରାଙ୍କୁ ଶୁଭୁଛି। ହେଲେ ତାହା ସ୍ୱପ୍ନ ବୋଲି ପରବର୍ତ୍ତୀ ସମୟରେ ଭାବି ନେଉଛନ୍ତି।

ଆଜି ଥିଲା ସାବିତ୍ରୀ ବ୍ରତ ଥିବାରୁ ପ୍ରତିବର୍ଷ ପରି ସୁଭଦ୍ରା ସ୍ୱାମୀଙ୍କ ଦୀର୍ଘାୟୁ କାମା କରି ଉପବାସ ରହିଛି। ଠାକୁରଙ୍କଠାରେ ପୂଜା ମଧ୍ୟ କରିଛନ୍ତି। ତାଙ୍କର ବିଶ୍ୱାସ ଅଛି, ସ୍ୱାମୀ ଘରକୁ ଫେରିବେ!!!

ଏନେଇ ସୁଭଦ୍ର କୁହନ୍ତି-“ମୋ ସ୍ୱାମୀଙ୍କୁ ଅଧିକ ପଇସା ଦେବ ବୋଲି କହି ଜଣେ ଦଲାଲ ସାଥୀରେ ନେଇଯାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ଠିକଣା କହୁନାହାନ୍ତି। ଏପରିକି ମୋ ସହିତ କଥା କୁହାଇ ଦେଉନାହାନ୍ତି। ବେଶୀ ପଚାରିଲେ ମୋତେ ଦଲାଲ ଗାଳି ଦେଉଛି। ମାରିଦେବାକୁ ଧମକ ଦେଉଛି।”

ସୁଭଦ୍ର ଏନେଇ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ଏଥିପ୍ରତି କେହି ନଜର ଦେଉନାହାନ୍ତି। ଯେଉଁଥିପାଇଁ ସୁଭଦ୍ରା ଭାଙ୍ଗି ପଡିଛନ୍ତି। ପରିବାର ଚଳାଇବାରେ ଅସୁବିଧା ହେଉଥିବାରୁ ମାଗିଜାଚି ଚଳୁଛନ୍ତି। ସେପଟେ ବୃଦ୍ଧ ବାପା ଓ ମାଆ ପୁଅର ଘରକୁ ଫେରିବା ରାସ୍ତାକୁ ଅନାଇ ବସିଛନ୍ତି। କେବେ ଫେରିବ ଦାଦନ ଖଟି ଯାଇଥିବା ପୁଅ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story