ସବୁଠାରୁ ବଡ ଯୋଗ ଶିବିର ଆୟୋଜନ କରି ବିଶ୍ୱ ରେକର୍ଡ କଲା ଏନସିସି

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଏନସିସି ସବୁଠାରୁ ବଡ ଯୋଗ ଶିବିର ଆୟୋଜନ କରି ବିଶ୍ୱ ରେକର୍ଡ କରିଛି । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ୭.୩୫ ମିନିଟ ପର୍ଯ୍ୟନ୍ତ ଏହାକୁ ଆୟୋଜନ କରାଯାଇଥିଲା । ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଏନସିସି କ୍ୟାଡେଡମାନେ ଦେଶର ୨୭୦୦ ସ୍ଥାନରେ ଏକା ସାଙ୍ଗରେ ଆୟୋଜିତ ଏହି ଶିବିରରେ ସାମିଲ ହୋଇଥିଲେ । ଦିଲ୍ଲୀ ରାଜପଥ ସମେତ ଉତ୍ତର ଭାରତର ଲେହ, ପଶ୍ଚିମ ଭାରତର ଦ୍ୱାରିକା, […]

yoga

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 11:15 AM IST

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଏନସିସି ସବୁଠାରୁ ବଡ ଯୋଗ ଶିବିର ଆୟୋଜନ କରି ବିଶ୍ୱ ରେକର୍ଡ କରିଛି । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ୭.୩୫ ମିନିଟ ପର୍ଯ୍ୟନ୍ତ ଏହାକୁ ଆୟୋଜନ କରାଯାଇଥିଲା । ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଏନସିସି କ୍ୟାଡେଡମାନେ ଦେଶର ୨୭୦୦ ସ୍ଥାନରେ ଏକା ସାଙ୍ଗରେ ଆୟୋଜିତ ଏହି ଶିବିରରେ ସାମିଲ ହୋଇଥିଲେ । ଦିଲ୍ଲୀ ରାଜପଥ ସମେତ ଉତ୍ତର ଭାରତର ଲେହ, ପଶ୍ଚିମ ଭାରତର ଦ୍ୱାରିକା, ପୂର୍ବ ଭାରତର ତାଜୁ (ଅରୁଣାଚଳ ପ୍ରଦେଶ), ପଶ୍ଚିମ ଭାରତର ନଗରକୋଲି (କନ୍ୟାକୁମାରୀ) ଓ ଆଣ୍ଡାମାନ, ନିକୋବର, ଲାକ୍ଷାଦୀପରେ ଏକା ସଙ୍ଗରେ ଶିବିର ଅନୁଷ୍ଠିତ ହୋଇଥିଲା ।

ଏନସିସିର ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ୯୨ଟି ସ୍ଥାନରେ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୪୭ହଜାର ୮୦୪ଜଣ କ୍ୟାଡେଡ ସାମିଲ ହୋଇଥିଲେ । ଏହାସହ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଶିବିରରେ ୨୬୦୦ ଯୁବତୀ କ୍ୟାଡେଡ ସାମିଲ ହୋଇଥିଲେ । ଏନସିସି ଦେଶ ଗଠନରେ ଏକ ଅଗ୍ରଣୀ ଯୁବ ସଂଗଠନ ଭାବେ କାମ କରୁଛି। ସାମାଜିକ ସଚେତନତା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଏନସିସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Related story