କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍‌ସରେ ଆରମ୍ଭ ହେଲା ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ମହାନତା ଦେଖାଇଲେ ସବ୍ୟସାଚୀ। ଆଉ ଜଣେ ଅସହାୟ ଯୁବତୀଙ୍କୁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଖାଇଛନ୍ତି  ଓଡ଼ିଆ ସିନେ ତାରକା ସବ୍ୟସାଚୀ। ଓଡ଼ିଆ ପ୍ରବାସୀଙ୍କ ପାଇଁ ସେ ଦେବଦୂତ ସାଜିଥିବାବେଳେ ଏବେ ଗରିବ ଓ ଅସହାୟଙ୍କ ପାଇଁ ଆଶାର ବାଡ଼ି ପାଲଟିଛନ୍ତି। କୁନିଙ୍କ ଚିକିତ୍ସା ପାଇଁ ସେ ସହାୟତାର ହାତ ବଢ଼ାଇଛନ୍ତି। ଗତ କିଛିଦିନ ତଳେ ପୁରୀ ଜିଲ୍ଲା ସଦର ବ୍ଲକ୍‌ର ବାଲିପଡ଼ା ଗ୍ରାମର କୁନି ପଣ୍ଡାଙ୍କ ଏକ ଭିଡିଓ ଭାଇରାଲ […]

jnm

Tapas Behera
  • Published: Friday, 25 September 2020
  • , Updated: 25 September 2020, 09:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ମହାନତା ଦେଖାଇଲେ ସବ୍ୟସାଚୀ। ଆଉ ଜଣେ ଅସହାୟ ଯୁବତୀଙ୍କୁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଖାଇଛନ୍ତି  ଓଡ଼ିଆ ସିନେ ତାରକା ସବ୍ୟସାଚୀ। ଓଡ଼ିଆ ପ୍ରବାସୀଙ୍କ ପାଇଁ ସେ ଦେବଦୂତ ସାଜିଥିବାବେଳେ ଏବେ ଗରିବ ଓ ଅସହାୟଙ୍କ ପାଇଁ ଆଶାର ବାଡ଼ି ପାଲଟିଛନ୍ତି। କୁନିଙ୍କ ଚିକିତ୍ସା ପାଇଁ ସେ ସହାୟତାର ହାତ ବଢ଼ାଇଛନ୍ତି।

ଗତ କିଛିଦିନ ତଳେ ପୁରୀ ଜିଲ୍ଲା ସଦର ବ୍ଲକ୍‌ର ବାଲିପଡ଼ା ଗ୍ରାମର କୁନି ପଣ୍ଡାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ଡାହାଣ ହାତରେ ଏକ ଟ୍ୟୁମର ହୋଇଛି । ଏଥିପାଇଁ ସେ ବହୁତ କଷ୍ଟ ପାଉଛନ୍ତି । ଟଙ୍କା ଅଭାବରୁ ତାଙ୍କର ଚିକିତ୍ସା ହୋଇପାରୁନାହିଁ । ସେ ସୋଶାଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କାନ୍ଦି କାନ୍ଦି ତାଙ୍କ ହାତରେ ଏକ ବଡ଼ ଟ୍ୟୁମର ହୋଇଥିବା କହିଥିଲେ । ଏହାର ଚିକିତ୍ସା ପାଇଁ ଲକ୍ଷେରୁ ଅଧିକ ଟଙ୍କା ଲାଗିବ ବୋଲି କହିଥିଲେ ।

https://www.facebook.com/sabyaactor/videos/712074742854820/

ତାଙ୍କ ପରିବାର ବହୁତ ଗରିବ ହୋଇଥିବାରୁ ସେମାନେ ଏହାର ଚିକିତ୍ସା କରିବାପାଇଁ ଏତେ ଟଙ୍କା ନଥିବା ସେ ଜଣାଇଥିଲେ । ସେ ହାତ ଯୋଡ଼ି ତାଙ୍କ ହାତ ଭଲ କରିଦେବା ପାଇଁ ଲୋକଙ୍କୁ ଗୁହାରି କରିଥିଲେ । ତେବେ ଏହି ଭିଡିଓଟି ଭାଇରାଲ ହେବାପରେ ସବ୍ୟସାଚୀ କୁନିଙ୍କୁ ସହୋଯୋଗର ହାତ ବଢ଼ାଇଛନ୍ତି । ଆଜି ଏମ୍ସ ହସ୍ପିଟାଲକୁ କୁନିଙ୍କୁ ଆଣି ତାଙ୍କର ଚିକିତ୍ସା ଆରମ୍ଭ କରିଥିବା ସବ୍ୟସାଚୀ  ତାଙ୍କ ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି । ପୂର୍ବରୁ ସେ କୁନିଙ୍କ ଭିଡିଓ ସେୟାରକରି ତୁମର ଚିକିତ୍ସା ହୋଇପାରିବ, ତୁମେ ବ୍ୟସ୍ତ ହୁଅନାହିଁ, ଆମେ ତୁମ ସହ ଅଛୁ ବୋଲି ଲେଖିଥିଲେ । ତେବେ ସବ୍ୟଙ୍କ ଏପରି ପରୋପକାରୀ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Related story