ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା: ସାଲେପୁର ଆନନ୍ଦଆତ୍ମା ଆଶ୍ରମରେ ସ୍ଥିତି ସ୍ୱାଭାବିକ, ଆତ୍ମା ବାବାଙ୍କୁ ଚାଲିଛି ଜେରା

କଟକ: ଶାନ୍ତ ହେଉଛି ଆନନ୍ଦ ଆତ୍ମା ଆଶ୍ରମ ପରିସର। ଗତକାଲିର ହିଂସାକାଣ୍ଡ ପରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି। କଟକ ଜିଲ୍ଲା ସାଲେପୁର ରାମେଶ୍ୱରଠାରେ ଥିବା ଆନନ୍ଦ ଆତ୍ମା ଆଶ୍ରମରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଗତକାଲି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଆଶ୍ରମରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ମୃତ ଯୁବକ ସ୍ଥାନୀୟ ଚାହାପଡ଼ା ଗାଁର ଅଶୋକ କୁମାର ପାତ୍ର। ତାଙ୍କୁ ଆଶ୍ରମ ଭିତରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ […]

ashrama

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 08:50 AM IST

କଟକ: ଶାନ୍ତ ହେଉଛି ଆନନ୍ଦ ଆତ୍ମା ଆଶ୍ରମ ପରିସର। ଗତକାଲିର ହିଂସାକାଣ୍ଡ ପରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି। କଟକ ଜିଲ୍ଲା ସାଲେପୁର ରାମେଶ୍ୱରଠାରେ ଥିବା ଆନନ୍ଦ ଆତ୍ମା ଆଶ୍ରମରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଗତକାଲି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଆଶ୍ରମରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ମୃତ ଯୁବକ ସ୍ଥାନୀୟ ଚାହାପଡ଼ା ଗାଁର ଅଶୋକ କୁମାର ପାତ୍ର। ତାଙ୍କୁ ଆଶ୍ରମ ଭିତରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ମୃତକଙ୍କ ପରିବାର ଲୋକେ ଆଶ୍ରମ ମୁଖ୍ୟ ଆତ୍ମାବାବା ଓରଫ ଆଲୋକ ବିଷୋୟୀଙ୍କ ସମେତ ୪ଜଣଙ୍କ ବିରୋଧରେ ଥାନାରେ ଏକ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଆତ୍ମାବାବାଙ୍କୁ  ପୋଲିସ ଗିରଫ କରିଛି।  ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ  ଫେରାର ଅଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବାବାଙ୍କ ସଂପର୍କୀୟ ଏବଂ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି। ସେପଟେ ମୃତକଙ୍କ ଶବବ୍ୟବଛେଦ କରାଯାଇଛି। ବ୍ୟବଛେଦ ରିପୋର୍ଟରେ ମୁଣ୍ଡରେ ଆଘାତ ଲାଗି ଥିବା ସ୍ପଷ୍ଟ ହୋଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି। ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍।

 

Related story