ସାଲେପୁର: ଯୁବକଙ୍କ ପୋଡ଼ା ମୃତ ଦେହ ମିଳିବା ପରେ ରାମେଶ୍ୱର ଆନନ୍ଦଆତ୍ମା ଆଶ୍ରମରେ ଉତ୍ତେଜନା

ସାଲେପୁର: କଟକ ଜିଲ୍ଲା ସାଲେପୁର ରାମେଶ୍ୱରଠାରେ ଥିବା ଆନନ୍ଦଆତ୍ମା ଆଶ୍ରମରେ ଲଙ୍କାକାଣ୍ଡ। ଆଶ୍ରମ ପରିସରରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ମୃତ ଯୁବକ ସ୍ଥାନୀୟ ଚାହାପଡ଼ା ଗାଁର ଅଶୋକ କୁମାର ପାତ୍ର ବୋଲି ଜଣାପଡ଼ିଛି। ତାଙ୍କୁ ଆଶ୍ରମ ଭିତରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଭଙ୍ଗାରୁଜା କରିବା ସହ କେତେକ ଗାଡ଼ିରେ ନିଆଁ […]

ashrama

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 04:39 PM IST

ସାଲେପୁର: କଟକ ଜିଲ୍ଲା ସାଲେପୁର ରାମେଶ୍ୱରଠାରେ ଥିବା ଆନନ୍ଦଆତ୍ମା ଆଶ୍ରମରେ ଲଙ୍କାକାଣ୍ଡ। ଆଶ୍ରମ ପରିସରରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ମୃତ ଯୁବକ ସ୍ଥାନୀୟ ଚାହାପଡ଼ା ଗାଁର ଅଶୋକ କୁମାର ପାତ୍ର ବୋଲି ଜଣାପଡ଼ିଛି। ତାଙ୍କୁ ଆଶ୍ରମ ଭିତରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଭଙ୍ଗାରୁଜା କରିବା ସହ କେତେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି। ସାଲେପୁର ଏସଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଅନ୍ୟପକ୍ଷରେ ଆଶ୍ରମ ମୁଖ୍ୟ ଆନନ୍ଦ ଆତ୍ମା ବାବାଙ୍କୁ ସାଲେପୁର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Related story