ଦମ୍ପତିଙ୍କ ଅସ୍ୱାଭାବିକ ମୃତ୍ୟୁ: କାରଣ ଅସ୍ପଷ୍ଟ

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଦୁଲାରପୁର ଗାଁର ଏକ ଦମ୍ପତିଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି। ଘରଠାରୁ ଅଳ୍ପ ଦୂରରେ ସେମାନଙ୍କ ମୃତଦେହ ପଡ଼ିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।