ସେଲୁନ୍ ଓ ବ୍ୟୁଟି ପାର୍ଲର ବନ୍ଦ, ପୋଖରୀରେ ଗାଧୋଇବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ। ସେହିପରି ପୋଖରୀ ଅବା ଜଳାଶୟରେ ଗାଧେଇବାକୁ ମଧ୍ୟ ବାରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ, କରୋନା ପାଇଁ ସାମାଜିକ ଦୂରତ୍ୱ(ସୋସିଆଲ ଡିଷ୍ଟାନ୍ସ) ଉପରେ ଗୁରୁତ୍ୱ ଦିଆଯାଉଛି। ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା’ରେ ଗ୍ରାହକ ଓ ସେବାପ୍ରଦାନକାରୀ […]

2-1

2-1

Tapas Behera
  • Published: Thursday, 19 March 2020
  • Updated: 19 March 2020, 06:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ। ସେହିପରି ପୋଖରୀ ଅବା ଜଳାଶୟରେ ଗାଧେଇବାକୁ ମଧ୍ୟ ବାରଣ କରାଯାଇଛି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ, କରୋନା ପାଇଁ ସାମାଜିକ ଦୂରତ୍ୱ(ସୋସିଆଲ ଡିଷ୍ଟାନ୍ସ) ଉପରେ ଗୁରୁତ୍ୱ ଦିଆଯାଉଛି। ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା’ରେ ଗ୍ରାହକ ଓ ସେବାପ୍ରଦାନକାରୀ ମଧ୍ୟରେ ଦୂରତ୍ୱ ଗୋଟିଏ ମିଟର ମଧ୍ୟରେ ନରହିଲେ ସମ୍ଭବପର ହେଉନଥିବାରୁ ଏସବୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ବନ୍ଦ ରହିବ।
ସେହିପରି ପୋଖରୀ ଓ ଜଳଭଣ୍ଡାରରେ ପରିଚ୍ଛନ୍ନତା ରହୁନଥିବାରୁ ତଥା କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଗାଧେଇବା,ସଫା କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ନକରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଏଭଳି ପ୍ରଦୂଷିତ ଜଳ ଉପଯୋଗ ନକରିବାକୁ ସଚେତନ କରାଇବାକୁ କୁହାଯାଇଛି। ହ୍ୟାଣ୍ଡ ପମ୍ପ, ଟ୍ୟୁବୱେଲ୍ ଓ ଅନ୍ୟ ପାଇପ୍ ଜଳଯୋଗାଣ ମାଧ୍ୟମରେ ଏସବୁ କାର୍ଯ୍ୟ କରିବାକୁ କୁହାଯାଇଛି। ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ସଂକ୍ରମିତ ସେମାନେ ହ୍ୟାଣ୍ଡପମ୍ପ ଉପଯୋଗ ନକରି ଅନ୍ୟମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

ଏସବୁ ବ୍ୟତୀତ ଗାଇଡଲାଇନରେ ଅତି ଜରୁରୀ ନଥିଲେ ହସ୍ପିଟାଲକୁ ନଯିବା ପାଇଁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି। ଯେଉଁମାନେ ସାମାନ୍ୟ ଅସୁସ୍ଥ ଅଛନ୍ତି ସେମାନେ ହସ୍ପିଟାଲର ଆଉଟଡୋରରେ ଡାକ୍ତରଙ୍କୁ ଦେଖାଇବା ଭଳି କାର୍ଯ୍ୟରୁ ବିରତ ରହିବାକୁ କୁହାଯାଇଛି। ଏପରିକି ଦାନ୍ତ ଚିକିତ୍ସା ସମେତ ଅନ୍ୟାନ୍ୟ ସାମାନ୍ୟ ଅସୁସ୍ଥତା ପାଇଁ ରୋଗୀମାନେ ଏବେ ଡାକ୍ତରଖାନାକୁ ନଯିବା ଉଚିତ୍। ଏହା ଉଭୟ ସରକାରୀ ଓ ଘରୋଇ ମେଡିକାଲ ପାଇଁ ଏହା ପ୍ରଯୁଜ୍ୟ।

ସେହିପରି ମଦ ଦୋକାନଗୁଡ଼ିକରେ ମଦ ବିକ୍ରି ପାଇଁ ମଧ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଗ୍ରାହକମାନେ ପରସ୍ପରଠୁ ଏକ ମିଟର ଦୂରତ୍ୱ ମଧ୍ୟରେ ରହି ମଦ ଦୋକାନରେ ଧାଡ଼ିରେ ମଦ କିଣିବେ। ଦୋକାନୀ ମଧ୍ୟ ସମସ୍ତ ମଦ ବୋତଲକୁ ସାନିଟାଇଜ୍ କରି ଗ୍ରାହକଙ୍କୁ ଦେବେ। ମଦ ଦୋକାନୀ କର୍ମଚାରୀମାନେ ମଦ ବୋତଲ ଦେବା ପରେ ଓ ପୂର୍ବରୁ ନିୟମିତ ମଧ୍ୟ ନିଜ ହାତ ଧୋଇବେ।
ଏସବୁ ବ୍ୟତୀତ ଜେଲରେ କରୋନା ବ୍ୟାପିବା ଆଶଙ୍କାରେ ଜେଲ୍ ଅନ୍ତେବାସୀଙ୍କ ଓ ନୂଆ କଏଦୀଙ୍କ ପାଇଁ ମଧ୍ୟ କେତେକ ଗାଇଡଲାଇନ୍ ସରକାରଙ୍କ ପକ୍ଷରୁ ଜାରି ହୋଇଛି। ଜେଲ ମଧ୍ୟରେ ଏନଜିଓ ଓ ବେସରକାରୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଉଥିବା ସମସ୍ତ ସଚେତନତା କାର୍ଯ୍ୟକ୍ରମକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟରେ କଏଦୀମାନଙ୍କ ହାଜରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ପାଦନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣ ଓ ସାମାଜିକ ଦୂରତ୍ୱକୁ ନେଇ ଯେକୌଣସି ଗାଇଡଲାଇନ୍ କେବଳ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ରଙ୍କ ଦସ୍ତଖତରେ ହିଁ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story