ସମ୍ବଲପୁର: ଅସ୍ତ୍ରୋପଚାର ପରେ ବି କିଡନୀରେ ରହିଛି ଷ୍ଟୋନ, ଥାନାରେ ଡାକ୍ତରଙ୍କ ନାମରେ ମାମଲା

ସମ୍ୱଲପୁର: ସମ୍ୱଲପୁରର ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପୋଚାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସମ୍ୱଲପୁର ଜିଲ୍ଲା ସ୍କୁଲ ଅଞ୍ଚଳର ମହମ୍ମଦ ନଫିସ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ ଏହି ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମହମ୍ମଦଙ୍କ କିଡନୀରେ ହୋଇଥିବା ଷ୍ଟୋନର ଅସ୍ତ୍ରୋପୋଚାର ବୁଢାରଜା ଅଞ୍ଚଳରେ ଥିବା ଏକ ନର୍ସିଂହୋମରେ ହୋଇଥିଲା । ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପୋଚାର ଯୋଗୁ ଏକମାସ ପରେ ପୁଣି ତାଙ୍କ ପେଟ ଯନ୍ତ୍ରଣା ହେବାରୁ ଉକ୍ତ […]

smb

smb

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 04:15 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁରର ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପୋଚାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସମ୍ୱଲପୁର ଜିଲ୍ଲା ସ୍କୁଲ ଅଞ୍ଚଳର ମହମ୍ମଦ ନଫିସ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ ଏହି ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମହମ୍ମଦଙ୍କ କିଡନୀରେ ହୋଇଥିବା ଷ୍ଟୋନର ଅସ୍ତ୍ରୋପୋଚାର ବୁଢାରଜା ଅଞ୍ଚଳରେ ଥିବା ଏକ ନର୍ସିଂହୋମରେ ହୋଇଥିଲା । ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପୋଚାର ଯୋଗୁ ଏକମାସ ପରେ ପୁଣି ତାଙ୍କ ପେଟ ଯନ୍ତ୍ରଣା ହେବାରୁ ଉକ୍ତ ନର୍ସିଂହୋମକୁ ଯାଇଥିଲେ । ସେଠାରେ ଅଲଟ୍ରାସାଉଣ୍ଡ ପରେ ତାଙ୍କ କିଡନୀରେ ଅସ୍ତ୍ରୋପୋଚାର ପୂର୍ବ ଠାରୁ ବଡ ଷ୍ଟୋନ ଥିବା ଜଣାପଡିଛି । ଏବେ ସମ୍ପୃକ୍ତ ଡାକ୍ତର ଆଉଥରେ ଅସ୍ତ୍ରୋପୋଚାର କରିବାକୁ କହୁଛନ୍ତି । ତେବେ ଅସ୍ତ୍ରୋପୋଚାର ପରେ ପୁଣି କିଡନୀରେ ଷ୍ଟୋନ କିପରି ଆସିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏପରି କି ଏହି ଘଟଣାକୁ ନେଇ ବୁଧବାର ରାତିରେ ଉକ୍ତ ନର୍ସିଂହୋମ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପକ୍ଷେ ସରକାର ନିଖୋଜ ଥିବା ଡାକ୍ତରଙ୍କ ଯେଉଁ ତାଲିକା ବାହାର କରିଛନ୍ତି, ସେଥିରେ ସମ୍ପୃକ୍ତ ଡାକ୍ତରଙ୍କ ନାମ ଥିବା ଜଣାପଡିଛି । ଡାକ୍ତର ଜଣଙ୍କ ବୁର୍ଲା ବଡ ମେଡିକାଲରେ ନିଯୁକ୍ତି ପାଇଥିଲେ ମଧ୍ୟ ପ୍ରାୟ ଦେଢବର୍ଷ ହେବ କାର୍ଯ୍ୟସ୍ଥଳକୁ ନ ଯାଇ ଉକ୍ତ ନର୍ସିଂହୋମରେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ଅଭିଯୋଗ ଅନୁସାରେ ମହମ୍ମଦଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ବୁଢାରଜା ଅଞ୍ଚଳରେ ଥିବା ଉକ୍ତ ନର୍ସିଂହୋମକୁ ଚିକିତ୍ସା ଲାଗି ଯାଇଥିଲେ । ପ୍ରଫେସର ରାଜୀବ ଆଚାର୍ଯ୍ୟ ତାଙ୍କର ଅଲଟ୍ରାସାଉଣ୍ଡ କରି କିଡନୀରେ ଷ୍ଟୋନ ହୋଇଥିବା କହିଥିଲେ । ପରେ ଡାକ୍ତର ଆଚାର୍ଯ୍ୟ ତାଙ୍କର ଅସ୍ତ୍ରୋପୋଚାର କରିଥିଲେ । ଅସ୍ତ୍ରୋପୋଚାରରେ ୩୫ ହଜାର ଖର୍ଚ୍ଚ ହୋଇଛି । ରୋଗୀଙ୍କ କହିବା ଅନୁସାରେ ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ପଥର ବାହାରିଥିଲା ବୋଲି କୁହାଯିବା ସହ ଡିସଚାର୍ଜ କରାଯାଇଥିଲା। ତେବେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହେବାରୁ ଉକ୍ତ ନର୍ସିଂହୋମରେ ଆଉ ଥରେ ପରୀକ୍ଷା କରାଯାଇବାରୁ କିଡନୀରେ ପୁଣି ଷ୍ଟୋନ ଥିବା ଜଣାପଡିଛି । ଏବେ ପୁଣି ସମ୍ପୃକ୍ତ ଡାକ୍ତର ଆଉଥରେ ଅସ୍ତ୍ରୋପୋଚାର କରି ଅର୍ଥ ଶୋଷଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅହମ୍ମଦଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପୋଚାର ଯୋଗୁ ତାଙ୍କର କିଡନୀରୁ ଷ୍ଟୋନ ବାହାର କରାଯାଇ ନ ଥିବା ଅହମ୍ମଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଅସ୍ତ୍ରୋପୋଚାର କରିଥିବା ପ୍ରଫେସର ରାଜୀବ ଆଚଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯିବାରେ ସେ ତ୍ରୁଟି ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଆଉ ୫ ଦିନ ପାଇଁ ଔଷଧ ଦିଆଯାଇଛି, ସେଥିରେ ପଥର ବାହାରିଯିବ । ଯଦି ଔଷଧ ଖାଲେ ପଥର ବାହାରି ଯାଉଛି ତେବେ ଅହମ୍ମଦଙ୍କୁ ଅସ୍ତ୍ରୋପୋଚାର କାହିଁ କରାଗଲା । କେବଳ ଅର୍ଥ ଶୋଷଣ ଲାଗି ଏପରି ଅସ୍ତ୍ରୋପୋଚାର କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story