ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା ସମ୍ମାନରେ ମୋଟ ୪୮୬୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୧.୧୪% ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୬ ଜଣ ପ୍ରଥମ ଶ୍ରେଣୀରେ ଓ ୧,୪୭୩ ଜଣ ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସହିପରି କଳା ପାସରେ ୧୨,୧୮୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬.୩୪ % ପାସ୍ କରିଛନ୍ତି।
ବିଜ୍ଞାନ ସମ୍ମାନରେ ମୋଟ ୧,୬୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯.୦୭% ପାସ୍ କରିଛନ୍ତି। ବିଜ୍ଞାନ ପାସରେ ୬୦.୧୦% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ବାଣିଜ୍ୟ ସମ୍ମାନରେ ୪୭୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧.୮୩% ପାସ କରିଛନ୍ତି। ସେହିପରି ବାଣିଜ୍ୟ ପାସରେ ୧,୮୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨.୨୬% ଉତ୍ତୀର୍ଣ୍ଣ ହୋଇଛନ୍ତି।