ସମ୍ୱଲପୁର: ସମ୍ୱଲପୁରରେ ବେଆଇନ ଗୋହତ୍ୟା ଚାଲିଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ହନୁମାନ ଜୟନ୍ତି ସମନ୍ୱୟ ସମିତି। ଆଜି ସମିତିର ଶତାଧିକ ସଭ୍ୟସଭ୍ୟା ଉତ୍ତରଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରିବା ସହ ସହରରୁ ଗୋହତ୍ୟା ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରିଛନ୍ତି ହନୁମାନ ଜୟନ୍ତି ସମନ୍ୱୟ ସମିତିର ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା। ଏହି ପରିପ୍ରେକ୍ଷୀ ରେ ଉତ୍ତରାଂଚଳ ରାଜସ୍ୱ କମିସନରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସମିତି ପକ୍ଷରୁ ଦିଆଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଏ ନେଇ ପଦକ୍ଷେପ ନ ନେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି। ସମିତି ଅଭିଯୋଗ କରିଛି ଯେ ପ୍ରଶାସନକୁ ବାରମ୍ୱାର ଅନୁରୋଧ କରାଯାଉଥିଲେ ମଧ୍ୟ ଏହି ଦାବୀ ପ୍ରତି ଧ୍ୟାନ ଦିଆ ନ ଯାଇ କେବଳ ପ୍ରତିଶୃତି ଦିଆଯାଉଛି ବୋଲି ସେ କହିଛନ୍ତି। ପୋଲିସ ଜାଣିଶୁଣି ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।