ସମ୍ବଲପୁରରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ସମୀକ୍ଷା ବୈଠକ: ଜଣେ ବି ପ୍ରକୃତ ହିତାଧିକାରୀ ବାଦ ନ ପଡିବା ଉପରେ ଗୁରୁତ୍ୱ

ସମ୍ବଲପୁର: ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଜଣେ ବି ପ୍ରକୃତ ହିତାଧିକାରୀ ଯେପରି ବାଦ ନ ପଡିବେ ଓ ଅଯୋଗ୍ୟ ଲୋକ ଯେପରି ଏଥିରେ ସାମିଲ ନ ହେବେ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆଜି ସମ୍ୱଲପୁରଠାରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରିତା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ପ୍ରକାଶ କରିଥିଲେ […]

sbl

sbl

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 04:32 PM IST

Sports

Latest News

30sanjayସମ୍ବଲପୁର: ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଜଣେ ବି ପ୍ରକୃତ ହିତାଧିକାରୀ ଯେପରି ବାଦ ନ ପଡିବେ ଓ ଅଯୋଗ୍ୟ ଲୋକ ଯେପରି ଏଥିରେ ସାମିଲ ନ ହେବେ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆଜି ସମ୍ୱଲପୁରଠାରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରିତା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ପ୍ରକାଶ କରିଥିଲେ ଉଭୟ ନେତା । ବିଭାଗୀୟ ମନ୍ତ୍ରୀ ଦାଶବର୍ମା ଏଥିରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, ଏହି ଆଇନ ଅନ୍ତର୍ଗତ ରାଜ୍ୟର  ହିତାଧିକାରୀମାନଙ୍କୁ କିପରି କାର୍ଡ ବଣ୍ଟନ କରାଯାଇ ପାରିବ ସେ ନେଇ ପ୍ରକ୍ରିୟା ଚାଲିଛି। ମୋଟ ୩କୋଟି ୨୬ଲକ୍ଷ ୪୧୮ଜଣ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେହିପରି ପଞ୍ଜିକୃତ ହୋଇଥିବା ୬୦ଲକ୍ଷରୁ ଊର୍ଦ୍ଧ୍ୱ ଅନୁପଯୁକ୍ତ ଲୋକଙ୍କୁ ଏଥିରୁ ବାଦ ଦିଆଯିବ। ଏହି ଆଇନକୁ ତ୍ରୁଟିଶୂନ୍ୟ ଭାବେ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବିରୋଧି ଦଳ ନେତା ମିଶ୍ର କହିଛନ୍ତି ଯେ, ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଗୃହିତ ହେବା ପରେ ରାଜ୍ୟ ସରକାର ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଇବାରେ ବିଳମ୍ୱ କରିଛନ୍ତି। ତେବେ ହିତାଧିକାରୀ ଚୟନରେ ଜିଲ୍ଲାୱାରୀ କୋଟା ଫିକ୍ସ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଜଣେ ବି ପ୍ରକୃତ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଲେ ଏହି ଯୋଜନାର କାର୍ଯ୍ୟକାରିତାରେ କିଛି ମୂଲ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଭାଗୀୟ ସଚିବ ମଧୁସୁଦନ ପାଢୀ ଓ ଉତ୍ତରାଞ୍ଚଳ ରାଜସ୍ୱ କମିସନ ଅନ୍ତର୍ଗତ ୧୦ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଯୋଗାଣ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos