ସମ୍ୱଲପୁର: ମରୁଡି ପରିସ୍ଥିତି ନେଇ ବିଜେପିର ଶୋଭାଯାତ୍ରା

ସମ୍ୱଲପୁର: ସମ୍ୱଲପୁରରେ ମରୁଡି ପରିସ୍ଥିତି ନେଇ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଏ ନେଇ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ, ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଅଫିସକୁ ଘେରାଉ କରିଥିଲେ। ମରୁଡି ପରିସ୍ଥିତିର ମୁକାବିଲା କରିବା ପାଇଁ ୫ ଦଫା ସମ୍ୱଳିତ ଦାବିପତ୍ର ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସରକାର ଏବେଠୁ ନ ଚେତିଲେ ଆଗକୁ ଦଳ ଆନ୍ଦୋଳନାତ୍ମକ ପଦକ୍ଷେପ […]

sbm-bjp

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 11:25 AM IST

ସମ୍ୱଲପୁର: ସମ୍ୱଲପୁରରେ ମରୁଡି ପରିସ୍ଥିତି ନେଇ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଏ ନେଇ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ, ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଅଫିସକୁ ଘେରାଉ କରିଥିଲେ। ମରୁଡି ପରିସ୍ଥିତିର ମୁକାବିଲା କରିବା ପାଇଁ ୫ ଦଫା ସମ୍ୱଳିତ ଦାବିପତ୍ର ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ସରକାର ଏବେଠୁ ନ ଚେତିଲେ ଆଗକୁ ଦଳ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର, ଦଳୀୟ ନେତା ଓ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related story