ସମ୍ୱଲପୁର: ନାବାଳିକା ଅପହରଣ ମାମଲାରେ ମୁମ୍ବାଇରୁ ୩ ଯୁବକ ଗିରଫ

3 arrestedସମ୍ୱଲପୁର: ସମ୍ୱଲପୁର ସହରର ଜଣେ ନାବାଳିକାଙ୍କୁ ସୋସିଆଲ ମିଡିଆରେ ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୋଗରେ ମୁମ୍ୱାଇର ୩ ଜଣ ଯୁବକଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହାସହ ଅପହରଣ ହୋଇଥିବା ନାବାଳିକାକୁ ଉଦ୍ଧାର କରାଯାଇଛି। ଗିରଫ ଯୁବକମାନେ ମୁମ୍ୱାଇର। ଏ ନେଇ ପୂର୍ବରୁ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।