ସମ୍ୱଲପୁର: ଅକ୍ଟୋବର ୧ରୁ ଆରମ୍ଭ ହେବ ସିଟିଜେନ ପୋର୍ଟାଲ 

ସମ୍ୱଲପୁର: ଅକ୍ଟୋବର ୧ରୁ ସମ୍ୱଲପୁରରେ ଆରମ୍ଭ ହେବାକୁ ଯାଉଛି ସିଟିଜେନ ପୋର୍ଟାଲ ବ୍ୟବସ୍ଥା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ସାଧାରଣ ଲୋକଙ୍କୁ ଆଉ ଅଭିଯୋଗ ପଞ୍ଜିକରଣ ପାଇଁ ଥାନାକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ। ନିଜ କମ୍ପ୍ୟୁଟର କିମ୍ୱା ମୋବାଇଲ ଜରିଆରେ ସେମାନେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ। ଘଟଣାଟି ଯେଉଁ ଥାନା ଅଞ୍ଚଳରେ ହୋଇଥିବ ଅଭିଯୋଗଟି ମୁଖ୍ୟ ସର୍ଭର ଜରିଆରେ ସେହି ଥାନାକୁ ଚାଲିଯିବ।

citizen portal in sambapur

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 01:25 PM IST

ସମ୍ୱଲପୁର: ଅକ୍ଟୋବର ୧ରୁ ସମ୍ୱଲପୁରରେ ଆରମ୍ଭ ହେବାକୁ ଯାଉଛି ସିଟିଜେନ ପୋର୍ଟାଲ ବ୍ୟବସ୍ଥା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ସାଧାରଣ ଲୋକଙ୍କୁ ଆଉ ଅଭିଯୋଗ ପଞ୍ଜିକରଣ ପାଇଁ ଥାନାକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ। ନିଜ କମ୍ପ୍ୟୁଟର କିମ୍ୱା ମୋବାଇଲ ଜରିଆରେ ସେମାନେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ। ଘଟଣାଟି ଯେଉଁ ଥାନା ଅଞ୍ଚଳରେ ହୋଇଥିବ ଅଭିଯୋଗଟି ମୁଖ୍ୟ ସର୍ଭର ଜରିଆରେ ସେହି ଥାନାକୁ ଚାଲିଯିବ।ତେବେ କେମିତି ୟୁଜର ଆଇ.ଡି. ଖୋଲିବେ, ଅଭିଯୋଗ ଦାଖଲ କରିବେ ସେ ନେଇ ପ୍ରୋଜେକ୍ଟର ଜରିଆରେ ମାଷ୍ଟର ଟ୍ରେନଙ୍କ ଜରିଆରେ ପୋଲିସ କର୍ମଚାରୀଙ୍କୁ ଏହି ବ୍ୟବସ୍ଥାର ବୈଷୟିକ ଶିକ୍ଷା ଦିଆଯାଇଛି। ଅତିରିକ୍ତ ଏସପିଙ୍କ ସମେତ ଜିଲ୍ଲାର ସବୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପୋଲିସ ବ୍ୟବସ୍ଥାରେ ସଂସ୍କାରକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସମୟରେ ଥାନା ଅଧିକାରୀମାନେ ମାମଲା ପଞ୍ଜିକରଣ କରୁ ନ ଥିବା ଅଭିଯୋଗକୁ ଏହି ବ୍ୟବସ୍ଥା ଦ୍ୱାରା ଏଡେଇ ଦେଇ ହେବ। ଥାନା ଅଧିକାରୀଙ୍କ ଇଚ୍ଛା ଉପରେ ଅଭିଯୋଗ ପଞ୍ଜିକରଣ ବ୍ୟବସ୍ଥା ନିର୍ଭର କରିବ ନାହିଁ । ସେଥିପାଇଁ ସମ୍ୱଲପୁର ପୋଲିସ ପକ୍ଷରୁ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଅନୁସାରେ ଅଭିଯୋଗକାରୀମାନେ ପ୍ରଥମେ ନିଜ ଠିକଣା ଦେଇ ନିଜର ଏକ  ୟୁଜର ଆଇଡି ଖୋଲିବେ। ସେହି ଆଇଡି ନାଁରେ ଅଭିଯୋଗକାରୀ ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସମ୍ବଲପୁର ଅତିରିକ୍ତ ଏସପି ସୁଶିଳ କୁମାର ପାଣିଗ୍ରାହୀ ଓ ମାଷ୍ଟର ଟ୍ରେନର ସୁକୁମାର ପଟେଲ ସୂଚନା ଦେଇଛନ୍ତି। ଏହି ନୂଆ ବ୍ୟବସ୍ଥାକୁ ନେଇ ସହରବାସୀ କହିଛନ୍ତି, ଏବେ ଲୋକେ ଘରେ ବସି ଥାନାରେ ମାମଲା କରିପାରିବେ। ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା ଅଧିକ ସୁରକ୍ଷିତ ଲାଗୁଛି ଓ ସମୟ ବଞ୍ଚିବ ବୋଲି ଜନସାଧରଣ ମତବ୍ୟକ୍ତ କରିଛନ୍ତି। ଏହି ବ୍ୟବସ୍ଥାରେ ଅଭିଯୋଗକାରୀ କୌଣସି ପୋଲିସ ଅଧିକାରୀଙ୍କର ଆକ୍ରୋଶର ମଧ୍ୟ ଶିକାର ହେବ ନାହିଁ। ଏହାସହ ଅଭିଯୋଗ ପଞ୍ଜିକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯାଇ ପାରିବ ବୋଲି ସମ୍ୱଲପୁର ବାସିନ୍ଦା ଗୋପାଳ ସାହା କହିଛନ୍ତି।

Related story