ସମ୍ବଲପୁର: ବାଲିବନ୍ଧା ଓ ବିଣାଖଣ୍ଡି ପମ୍ପ ହାଉସ୍‌ ବୁଲି ଦେଖିଲେ ଜଳ ସମ୍ପଦ ସଚିବ

ସମ୍ବଲପୁର: ସମ୍ୱଲପୁର ସହରରେ ଜଳ ନିଷ୍କାସନ ପାଇଁ ବାଲିବନ୍ଧା ଓ ବିଣାଖଣ୍ଡିରେ ନବନିର୍ମିତ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ହାଉସ୍‌ କାମ ଶେଷ ହୋଇଛି। ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ କରାଯାଇଛି। ଏହାଦ୍ୱାରା ବର୍ଷାଦିନେ ଆଉ ଜଳ ନିଷ୍କାସନରେ ସମସ୍ୟା ହେବ ନାହିଁ। ଏହାସହ ସହରରେ ନୂଆ କରି ମୋବାଇଲ ପମ୍ପିଂ ବ୍ୟବସ୍ଥା କରାଯିବ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି। ଦିନିକିଆ ସମ୍ବଲପୁର ଗସ୍ତରେ ଆସି […]

smb1

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 07:45 PM IST

ସମ୍ବଲପୁର: ସମ୍ୱଲପୁର ସହରରେ ଜଳ ନିଷ୍କାସନ ପାଇଁ ବାଲିବନ୍ଧା ଓ ବିଣାଖଣ୍ଡିରେ ନବନିର୍ମିତ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ହାଉସ୍‌ କାମ ଶେଷ ହୋଇଛି। ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ କରାଯାଇଛି। ଏହାଦ୍ୱାରା ବର୍ଷାଦିନେ ଆଉ ଜଳ ନିଷ୍କାସନରେ ସମସ୍ୟା ହେବ ନାହିଁ। ଏହାସହ ସହରରେ ନୂଆ କରି ମୋବାଇଲ ପମ୍ପିଂ ବ୍ୟବସ୍ଥା କରାଯିବ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି। ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିବା ପରେ ଜେନା ଏହା କହିଛନ୍ତି।

ସେ ସହରର ବାଲିବନ୍ଧା ଓ ବିଣାଖଣ୍ଡିରେ ନବନିର୍ମିତ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ହାଉସ୍‌ ବୁଲି ଦେଖିଥିଲେ। ସେ କହିଛନ୍ତି, “ଏହି ଦୁଇଟି ପମ୍ପ ହାଉସ ଦ୍ୱାରା ସହରର ଡ୍ରେନ ପାଣି ଓ ବର୍ଷା ଜଳ ମହାନଦୀକୁ ନିଷ୍କାସନ କରାଯିବ। ବିଶେଷ କରି ବନ୍ୟା ସମୟରେ ଏହା ଖୁବ ଉପଯୋଗୀ ହେବ।”

ସଚିବଙ୍କ ସହ ସମ୍ୱଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ବିଶ୍ୱଜିତ ମହାନ୍ତି ଏବଂ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ।

ବିଧାୟିକା ପାଣିଗ୍ରାହୀ କହିଛନ୍ତି, “ବିଣାଖଣ୍ଡିରେ ୧୦ଟି ଓ ବାଲିବନ୍ଧରେ ୮ଟି ପମ୍ପ ଲାଗିଛି। ପାଣି ନ ଥିବାରୁ ଡ୍ରାଏ ଟେଷ୍ଟ କରାଯାଇଥିଲା, ସବୁ ଠିକ୍‌ ରହିଛି। କେଉଁଟପଡ଼ାରେ ଆଉ ଏକ ପମ୍ପ ହାଉସ୍‌ ହେବାର ଥିଲା। ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ହୋଇପାରି ନାହିଁ। ଏହି ପମ୍ପ ହାଉସ୍‌ ନିର୍ମାଣ ସମ୍ଭବ ନ ହେବାରୁ ବିକଳ୍ପ ଭାବେ ଏକ ମୋବାଇଲ୍‌ ପମ୍ପ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସହରର କୌଣସି ସ୍ଥାନରେ ଜଳ ନିଷ୍କାସନ ହୋଇ ନ ପାରିଲେ ଏହି ମୋବାଇଲ୍‌ ପମ୍ପର ସାହାଯ୍ୟ ନିଆଯିବ।”

Related story