ସମ୍ବଲପୁରରେ ଖୋଲିବ ବାଲୁକା କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ

ସମ୍ବଲପୁର: ପଶ୍ଚିମ ଓଡିଶାର ସମ୍ୱଲପୁରରେ ଶୀଘ୍ର ଖୋଲିବ ବାଲୁକା କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ। ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ନିଜ ଉଦ୍ୟମରେ ସେ ଏହା ପ୍ରତିଷ୍ଠା କରିବେ। ଫଳରେ ସ୍ଥାନୀୟ ଅଞ୍ଚଳର ବାଲୁକା କଳା ପ୍ରତି ରୁଚି ରଖୁଥିବା ବ୍ୟକ୍ତି ଏଠାରେ ଶିଖି ପାରିବେ। ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ହୀରାକୁଦ ଜବାହର ପାର୍କରେ ଏକ ବାଲୁକା କଳା ତିଆରି କରିବାକୁ ଆସିଥିବା ଅବସରରେ ସୁଦର୍ଶନ ଏହା […]

sudarsana

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 02:01 PM IST

ସମ୍ବଲପୁର: ପଶ୍ଚିମ ଓଡିଶାର ସମ୍ୱଲପୁରରେ ଶୀଘ୍ର ଖୋଲିବ ବାଲୁକା କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ। ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ନିଜ ଉଦ୍ୟମରେ ସେ ଏହା ପ୍ରତିଷ୍ଠା କରିବେ। ଫଳରେ ସ୍ଥାନୀୟ ଅଞ୍ଚଳର ବାଲୁକା କଳା ପ୍ରତି ରୁଚି ରଖୁଥିବା ବ୍ୟକ୍ତି ଏଠାରେ ଶିଖି ପାରିବେ। ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ହୀରାକୁଦ ଜବାହର ପାର୍କରେ ଏକ ବାଲୁକା କଳା ତିଆରି କରିବାକୁ ଆସିଥିବା ଅବସରରେ ସୁଦର୍ଶନ ଏହା କହିଛନ୍ତି। ଏଥିସହ ପର୍ବପର୍ବାଣୀ ଅବସରରେ ଏଠାରେ ବାଲୁକା କୃତି ତିଆରି କରିବେ ସେ ବୋଲି କହିଛନ୍ତି। ଯାହା କି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ସୁଦର୍ଶନଙ୍କ ଟିମ ୨ ଟ୍ରିପ ବାଲିରେ ଦୁର୍ନୀତି ବିରୋଧୀ ବାଲୁକା କଳା ତିଆରି କରିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି, ସମ୍ୱଲପୁର ଜିଲ୍ଲାପାଳ, ଭିଜିଲାନ୍ସ ଏସପି ପ୍ରମୁଖ ଉପସ୍ଥିତ ରହି ସୁଦର୍ଶନ ଓ ତାଙ୍କ ଟିମକୁ ସମ୍ୱର୍ଦ୍ଧିତ କରିଥିଲେ।

Related story