ସ୍କୁଲରୁ ଶ୍ମଶାନ: ଖରାଛୁଟି ଘୋଷଣା ପୂର୍ବରୁ ବାଜିଗଲା ଜୀବନର ଶେଷ ଘଣ୍ଟି

ସମ୍ୱଲପୁର: ଖରାଛୁଟି ଆରମ୍ଭର କେଇଘଣ୍ଟା ଆଗରୁ ବାଜିଗଲା ଜୀବନର ଶେଷ ଘଣ୍ଟି। ହୁଏତ ସେମାନେ ବଞ୍ଚିଥିଲେ ସଂଧ୍ୟା ବେଳେ ଖୁସି ହୋଇଥାନ୍ତେ, ଖରାଛୁଟିର ଖବର ଶୁଣି। ହେଲେ ସ୍କୁଲ ଫେରିବା ବେଳେ ଶ୍ମଶାନର ବାଟ ଧରିଲେ ଭାଇଭଉଣୀ। ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲର ଆଦ୍ୟାଶା ବେହେରା ଓ ଚିନ୍ମୟୀ ବେହେରା। ଭଉଣୀ ପଢୁଥିଲା ଦଶମରେ ଆଉ ଭାଇ ନବମରେ। ସମୟ ନହେଉଣୁ ଆଜି ଛୁଟି ହୋଇଯାଇଥିଲା […]

sambalpurACCIDENT

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 11:01 PM IST

ସମ୍ୱଲପୁର: ଖରାଛୁଟି ଆରମ୍ଭର କେଇଘଣ୍ଟା ଆଗରୁ ବାଜିଗଲା ଜୀବନର ଶେଷ ଘଣ୍ଟି। ହୁଏତ ସେମାନେ ବଞ୍ଚିଥିଲେ ସଂଧ୍ୟା ବେଳେ ଖୁସି ହୋଇଥାନ୍ତେ, ଖରାଛୁଟିର ଖବର ଶୁଣି। ହେଲେ ସ୍କୁଲ ଫେରିବା ବେଳେ ଶ୍ମଶାନର ବାଟ ଧରିଲେ ଭାଇଭଉଣୀ। ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ।

ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲର ଆଦ୍ୟାଶା ବେହେରା ଓ ଚିନ୍ମୟୀ ବେହେରା। ଭଉଣୀ ପଢୁଥିଲା ଦଶମରେ ଆଉ ଭାଇ ନବମରେ। ସମୟ ନହେଉଣୁ ଆଜି ଛୁଟି ହୋଇଯାଇଥିଲା ସ୍କୁଲ୍। ପୁଅଝିଅଙ୍କୁ ନେବାକୁ ବାପା ଆସି ପାରି ନଥିଲେ ସ୍କୁଲ। ଡାକେ ବାଟରେ ଘର। ତେଣୁ ଭାଇଭଉଣୀ ହାତ ଧରାଧରି ହୋଇ ସ୍କୁଲରୁ ଘରକୁ ଫେରୁଥିଲେ ଚାଲିଚାଲି। ମାତ୍ର କିଛି ଦୂର ଚାଲିଛନ୍ତି। ଧୁଧୁ ଖରାରେ ଧାଇଁ ଆସିଲା ମୃତ୍ୟୁର ଦୂତ। କେମିତି କେଜାଣି ବାଟ ଭାଙ୍ଗି ଓଲଟି ପଡିଲା ଟ୍ରକ୍। ଆଉ ଟ୍ରକ୍ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ ଚିନ୍ମୟ ଓ ଆଦ୍ୟାଶା।

ବାପା ଥିଲେ ଅଫିସ୍‌ରେ ଆଉ ମାଆ ଥିଲେ ଘରେ। ସକାଳୁଆ ସ୍କୁଲ୍। ତେଣୁ ପେଟପୁରା ଖାଇ ନଥିଲେ ଅଲଅଳି ପୁଅଝିଅ। ଖରାତାତିରେ ସ୍କୁଲରୁ ଫେରିଲେ ପୁଅଝିଅଙ୍କୁ ଖୁଆଇ ଦେବେ ମାଆ। ତେଣୁ ରୋଷେଇ ସାରି ଅପେକ୍ଷା କରିଥିଲେ ଘରେ।

ହେଲେ ଘରକୁ ଫେରିଥିଲା ଅବିଶ୍ୱାସର ଖବର। ଯାହା ମାଆଙ୍କୁ ମୁକ ଆଉ ବାପାଙ୍କୁ ବନାଇ ଦେଇଥିଲା ପାଗଳ। ଗୋଟିଏ ମୁହୂର୍ତ୍ତରେ ଚୁରର୍ମାର୍ ହୋଇଯାଇଥିଲା ଏକ ସୁଖୀ ସଂସାରର ତମାମ୍ ସ୍ୱପ୍ନ।

Related story