ଭୁବନେଶ୍ୱରକୁ ପଦଯାତ୍ରାରେ ଆସୁଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ। ବୁର୍ଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଏଡ୍‌ ଓ ଏମ୍‌ଏଡ୍‌ ପଢୁଥିବା ଛାତ୍ରଛାତ୍ରୀ। ପାଠ୍ୟକ୍ରମ ସରିବାପରେ ଚାକିରି ମିଳୁନଥିବା ବେଳେ ଓଟିଇଟି ପରୀକ୍ଷା ଦେବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ବାରମ୍ବାର ରାଜ୍ୟସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କଲାପରେ ବି କୌଣସି ଲାଭ ମିଳୁନଥିବାରୁ ଏଭଳି ଉପାୟ ଆପଣାଇଛନ୍ତି। ଛାତ୍ରଛାତ୍ରୀମାନେ ଚାଲି ଚାଲି ଭୁବନେଶ୍ୱର ଆସୁଛନ୍ତି ବିଭାଗୀୟ ମନ୍ତ୍ରୀ […]

samblpur-university

samblpur-university

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ। ବୁର୍ଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଏଡ୍‌ ଓ ଏମ୍‌ଏଡ୍‌ ପଢୁଥିବା ଛାତ୍ରଛାତ୍ରୀ। ପାଠ୍ୟକ୍ରମ ସରିବାପରେ ଚାକିରି ମିଳୁନଥିବା ବେଳେ ଓଟିଇଟି ପରୀକ୍ଷା ଦେବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ବାରମ୍ବାର ରାଜ୍ୟସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କଲାପରେ ବି କୌଣସି ଲାଭ ମିଳୁନଥିବାରୁ ଏଭଳି ଉପାୟ ଆପଣାଇଛନ୍ତି। ଛାତ୍ରଛାତ୍ରୀମାନେ ଚାଲି ଚାଲି ଭୁବନେଶ୍ୱର ଆସୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବି ଜଣାଇବା ପାଇଁ।

ସମାନ ଦାବି ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ପଦଯାତ୍ରାରେ ବାହାରିଥିଲେ। ତେବେ ଆସନ୍ତା ୩ ଦିନ ଭିତରେ ପଦକ୍ଷେପ ନେବାକୁ ପ୍ରଶାସନଠାରୁ ପ୍ରତିଶ୍ରୁତି ପାଇବା ପରେ ପଦଯାତ୍ରାକୁ ସ୍ଥଗିତ ରଖିଛନ୍ତି ଛାତ୍ରଛାତ୍ରୀ। ସରକାର ଯୋଗ୍ୟତା ସାର୍ଟିଫିକେଟ ଦେବା ସତ୍ତ୍ୱେ ଶିକ୍ଷକ ଯୋଗ୍ୟତା ପରୀକ୍ଷାରୁ ବଂଚିତ କରିବା ନୀତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।

ସେହିଭଳି ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମନ୍ୱିତ ବି-ଏଡ୍ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେବାକୁ ବଂଚିତ କରାଯାଉଛି। ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ୫ଘଣ୍ଟା ଧରି ଧାରଣାରେ ବସିବା ପରେ ସଦର ବିଧାୟକ, ବିଶ୍ୱବିଦ୍ୟାଳୟ ରେଜିଷ୍ଟାର, ଓ ଅତିରିକ୍ତ ଜିଲ୍ଲାପାଳ ପିଲାଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos