ସମ୍ୱଲପୁରରେ ଆଇଆଇଏମ୍ ପ୍ରସଙ୍ଗ: ୭ ଦିନ ମଧ୍ୟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଦାବି

ସମ୍ୱଲପୁର: ସମ୍ୱଲପୁରରେ ଆଇଆଇଏମର ଅସ୍ଥାୟୀ ଓ ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ନେଇ ଆଗାମୀ ୭ ଦିନ ମଧ୍ୟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ବିଭାଗ ଘୋଷଣା କରନ୍ତୁ ବୋଲି ଦାବି କରିଛି ‘ପଶ୍ଚିମାଞ୍ଚଳ ପିପୁଲ ଫେ।ରମ୍’ । ଏହାଛଡା ଫେ।ରମ୍ ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଥିବାରୁ  ଏହି ପ୍ରସଙ୍ଗରେ ସେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ଜଣାନ୍ତୁ। ଚଳିତ ଶିକ୍ଷା ବର୍ଷ ଠାରୁ […]

complan

complan

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 03:31 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁରରେ ଆଇଆଇଏମର ଅସ୍ଥାୟୀ ଓ ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ନେଇ ଆଗାମୀ ୭ ଦିନ ମଧ୍ୟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ବିଭାଗ ଘୋଷଣା କରନ୍ତୁ ବୋଲି ଦାବି କରିଛି ‘ପଶ୍ଚିମାଞ୍ଚଳ ପିପୁଲ ଫେ।ରମ୍’ । ଏହାଛଡା ଫେ।ରମ୍ ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଥିବାରୁ  ଏହି ପ୍ରସଙ୍ଗରେ ସେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ଜଣାନ୍ତୁ। ଚଳିତ ଶିକ୍ଷା ବର୍ଷ ଠାରୁ ଯେପରି ପାଠପଢା ଆରମ୍ଭ ହୋଇ ପାରିବ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖୁବଶୀଘ୍ର ପଦକ୍ଷେପ ନିଅନ୍ତୁ। ବୈଠକରେ ବରିଷ୍ଠ ବିଜେପି ନେତା ସୁରେଶ ପୁଜାରୀ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ଆଦିତ୍ୟ ପାଢି ଓ ଫେ।ରମର ସଦସ୍ୟ ମାନେ ଯୋଗ ଦେଇଥିଲେ। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣା ଯିବ ବୋଲି ଚେତାବନୀ ଦେଇଛି ଫେ।ରମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos