ସମ୍ୱଲପୁରରେ ଜାତୀୟ ପତାକା ଉତ୍ତୋଳନ କଲେ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା

ସମ୍ୱଲପୁର: ସମ୍ୱଲପୁରର କଚେରୀ ରୋଡରେ  ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ସମ୍ୱଲପୁର ଜିଲ୍ଲାପାଳ ବଲୱନ୍ତ ସିଂ , ଉତ୍ତରାଂଚଳ ପୋଲିସ ଡି.ଆଇ.ଜି ପ୍ରତୀକ ମହାନ୍ତି, ଭିଜିଲାନସ ଏସପି ଜୟ ନାରାୟଣ ପଙ୍କଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ  କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।  ସ୍ୱାଧୀନତା ଦିବସ ପରେଡ୍ ଦେଖିବା ପାଇଁ କଚେରୀ ରୋଡରେ ହଜାର ହଜାର ଲୋକଙ୍କର ସମାଗମ ହୋଇଥିଲା।