ଲୋକଙ୍କ ବିଶ୍ୱାସଭାଜନ ହେଉଛି ବିଜେପି, ବଢ଼ିଛି ଭୋଟ ପ୍ରତିଶତ: ସମୀର ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : “ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ୧ ପ୍ରତିଶତ ଭୋଟରୁ ଦଳ ୩୮ ପ୍ରତିଶତରେ ପହଞ୍ଚି ପାରିଛି।  ଦଳର ନେତା, କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା, ଶ୍ରମଦାନ ଦଳକୁ ଲୋକପ୍ରିୟ କରାଇପାରିଛି। ଏହା ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି। କେନ୍ଦ୍ରରୁ ନିର୍ଦ୍ଦେଶ ଆସୁଥିବା ଜନମଙ୍ଗଳକାରୀ କାର୍ଯ୍ୟକୁ  ରାଜ୍ୟର ୩୭ ହଜାର ବୁଥ୍‌ରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଚାଲୁଛି। ଆଗକୁ ମଧ୍ୟ ଏହା ଜାରି ରହିବ।  କାର୍ଯ୍ୟକର୍ତ୍ତାଙ୍କଠୁ ଆରମ୍ଭ କରି […]

samir-41

Niharika Rout
  • Published: Friday, 17 January 2020
  • , Updated: 17 January 2020, 03:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : “ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ୧ ପ୍ରତିଶତ ଭୋଟରୁ ଦଳ ୩୮ ପ୍ରତିଶତରେ ପହଞ୍ଚି ପାରିଛି।  ଦଳର ନେତା, କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା, ଶ୍ରମଦାନ ଦଳକୁ ଲୋକପ୍ରିୟ କରାଇପାରିଛି। ଏହା ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି।

କେନ୍ଦ୍ରରୁ ନିର୍ଦ୍ଦେଶ ଆସୁଥିବା ଜନମଙ୍ଗଳକାରୀ କାର୍ଯ୍ୟକୁ  ରାଜ୍ୟର ୩୭ ହଜାର ବୁଥ୍‌ରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଚାଲୁଛି। ଆଗକୁ ମଧ୍ୟ ଏହା ଜାରି ରହିବ।  କାର୍ଯ୍ୟକର୍ତ୍ତାଙ୍କଠୁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦ ମଧ୍ୟ ଏଥିରେ ସାମିଲ ହେବେ।” ଭବିଷ୍ୟତରେ ଯାହାବି ନିର୍ଦ୍ଦେଶ ଆସିବ ତାକୁ  ସଫଳତାର ସହ ନେଇ କାମ କରିବାକୁ ପ୍ରୟାସ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୂଆ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ  ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ରହି ସମୀରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ଦଳରେ ସହମତି ପରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ସମୀର ମହାନ୍ତି ।

ସମୀର ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ।  ଏକମାତ୍ର ପ୍ରାର୍ଥୀ ଭାବେ ଗତକାଲି ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।  ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା।  ଫଳରେ ଗତକାଲି ହିଁ ରାଜ୍ୟ ସଭାପତି ଭାବେ ସମୀରଙ୍କ ନାଁ ଘୋଷଣା କରାଯାଇଥିଲା।

ଚଳିତ ଥର ରାଜ୍ୟ ବିଜେପି ସଭାପତି ରେସ୍‌ରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ସମେତ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଗତକାଲି ପର୍ଯ୍ୟନ୍ତ ଶ୍ରୀ ହରିଚନ୍ଦନଙ୍କ ନାଁ ଉପରେ ସହମତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରାଜ୍ୟ ସଂଗଠନ ଉପରେ ରହିଥିବା ସ୍ପଷ୍ଟ ହୋଇଯାଇଛି।

Related story