ସମିତି ସଭ୍ୟ ହତ୍ୟା ଘଟଣା: ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ନାଁରେ ଏତଲା, ପିପିଲିରେ ଉତ୍ତେଜନା

ପିପିଲି: ପିପିଲି ସମିତି ସଭ୍ୟ ସୁଶାନ୍ତ ମିଶ୍ର ହତ୍ୟା ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି।  ମୃତ ସୁଶାନ୍ତଙ୍କ ମା’ ରୀତାଞ୍ଜଳି ମିଶ୍ର ତାଙ୍କ ନାଁରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁଧିଷ୍ଠିରଙ୍କ ସମେତ ଅନ୍ୟ ୧୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ଦେଖି ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ସୁଶାନ୍ତଙ୍କ ମା’ କହିଛନ୍ତି, ପୂର୍ବତନ […]

p

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 10:14 AM IST

[caption id="attachment_61125" align="alignleft" width="105"] ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ[/caption]

ପିପିଲି: ପିପିଲି ସମିତି ସଭ୍ୟ ସୁଶାନ୍ତ ମିଶ୍ର ହତ୍ୟା ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି।  ମୃତ ସୁଶାନ୍ତଙ୍କ ମା’ ରୀତାଞ୍ଜଳି ମିଶ୍ର ତାଙ୍କ ନାଁରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁଧିଷ୍ଠିରଙ୍କ ସମେତ ଅନ୍ୟ ୧୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ଦେଖି ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।

ସୁଶାନ୍ତଙ୍କ ମା’ କହିଛନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କର ସୁଶାନ୍ତଙ୍କ ସହିତ  ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ସୁଶାନ୍ତଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦିଆଯାଇଥିଲା।  ତେଣୁ ଯୁଧିଷ୍ଠିର ସାମନ୍ତରାୟଙ୍କ ନିର୍ଦ୍ଦେଶରେ ହିଁ ମୋ ପୁଅକୁ ହତ୍ୟା କରାଯାଇଛି।

ରବିବାର ସୁଶାନ୍ତ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆଣୁଥିବା ବେଳେ ଏକ କଲେଜ ପାଖରେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଅଟକାଇଥିଲେ।  ଓ ତାଙ୍କୁ ନିକଟ ଜଙ୍ଗଲକୁ ନେଇ ଯାଇଥିଲେ।  ପୁଅକୁ ଛାଡିଦେବା ପାଇଁ ମା’ ଅନୁରୋଧ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଶୁଣି ନଥିଲେ। ଦୁର୍ବୃତ୍ତମାନେ ସୁଶାନ୍ତଙ୍କୁ ବାଡେଇଥିଲେ। ମରି ଯାଇଥିବା ଭାବି ତାଙ୍କୁ ଛାଡି ପଳାଇ ଯାଇଥିଲେ।   ଖବର ପାଇ ଏୟାର ଫିଲ୍ଡ ପିସିଆର ଭ୍ୟାନ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା। ତା’ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା।

Related story