ଶ୍ରୀମନ୍ଦିର ଗର୍ଭଗୃହ ସମ୍ପର୍କରେ ଏମିତି କହିଲେ ଏଏସ୍‌ଆଇ ଟିମ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଗର୍ଭଗୃହ ସୁରକ୍ଷିତ ଅଛି। କେବଳ ତଳ ମହଲାର ଚଟାଣରେ ୨ରୁ ଅଢ଼େଇ ଫୁଟ ଉଚ୍ଚତାରେ ଆସ୍ତରଣ ଜମି ରହିଛି। ତା’ସହ କିଛି ମାତ୍ରାରେ ଆଦ୍ରତା ରହୁଛି। ତଥାପି ସେଭଳି କୌଣସି ବିପଦ ନାହିଁ। ଗତ ୯ ଦିନ ଧରି ଗର୍ଭଗୃହରେ ପଶି ଯାଞ୍ଚ କରିଥିବା ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ୍‌ ସଦସ୍ୟ ଏହି ସୂଚନା ଦେଇଛନ୍ତି। ତେବେ ଗର୍ଭଗୃହରେ କେଉଁ ପଟୁ ପାଣି ଛିଟିକା ପଡୁଛି, ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି […]

devotees-get-darshan-of-naba-jouban-vesha-of-the-lords-at-puri-jagannath-temple

Manoranjan Sial
  • Published: Sunday, 14 July 2019
  • , Updated: 14 July 2019, 06:28 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଗର୍ଭଗୃହ ସୁରକ୍ଷିତ ଅଛି। କେବଳ ତଳ ମହଲାର ଚଟାଣରେ ୨ରୁ ଅଢ଼େଇ ଫୁଟ ଉଚ୍ଚତାରେ ଆସ୍ତରଣ ଜମି ରହିଛି। ତା’ସହ କିଛି ମାତ୍ରାରେ ଆଦ୍ରତା ରହୁଛି। ତଥାପି ସେଭଳି କୌଣସି ବିପଦ ନାହିଁ। ଗତ ୯ ଦିନ ଧରି ଗର୍ଭଗୃହରେ ପଶି ଯାଞ୍ଚ କରିଥିବା ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ୍‌ ସଦସ୍ୟ ଏହି ସୂଚନା ଦେଇଛନ୍ତି। ତେବେ ଗର୍ଭଗୃହରେ କେଉଁ ପଟୁ ପାଣି ଛିଟିକା ପଡୁଛି, ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଏଏସ୍ଆଇର ବୈଷୟିକ କୋର୍‌ କମିଟି ସଦସ୍ୟ ଡଃ ଏନ.ସି.ପାଲ୍।

ତେବେ ଗର୍ଭଗୃହର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି। ବର୍ଷା ପରେ ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ଡଃ ପାଲ୍। ଗତ ୫ ତାରିଖରୁ ଗର୍ଭଗୃହକୁ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ଟେକନିକାଲ ଟିମ୍। ବିଶେଷ କରି ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ବ୍ୟବସ୍ଥା କିଭଳି କାର୍ଯ୍ୟ କରୁଛି, ତାହା ଯାଞ୍ଚ କରାଯାଇଥିଲା।

Related story