ବିଦେଶରେ ଚମକିଲେ ଓଡିଆ ପୁଅ ମାନସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଥରେ ବିଦେଶରେ ଚମକିଲେ ଓଡିଆ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କତାରର ଦୋହାରେ ଏକ ସାଣ୍ଡ ଆନିମେଶନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସି ।

୩୦ ମିନିଟ୍‌ର ଏହି କାର୍ଯ୍ୟକ୍ରମରେ ମାନସଙ୍କ ଆନିମେଶନ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ଭାରତ ଓ କତାରର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଏହି ଅବସରରେ ଦର୍ଶାଇଥିଲେ ମାନସ।