ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଉତ୍କଳ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ସ୍ଥାପନ କରାଯାଇଛି। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏହି ବାଲୁକାକଳା ନିର୍ମାଣ କରାଯାଇଛି। ଏହି ବାଲୁକା କଳା ମାଧ୍ୟମରେ ସମସ୍ତ ରାଜ୍ୟବାସୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।