ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ପୂର୍ବ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ସେହିପରି ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ମଧ୍ୟ ପାଗ ମେଘୁଆ ରହିବା ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ରାଜଧାନୀ ଓ ଏହାର ଆଖପାଖ […]

weather

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 02:40 AM IST

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ପୂର୍ବ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ।

ସେହିପରି ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ମଧ୍ୟ ପାଗ ମେଘୁଆ ରହିବା ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସହିତ ଦିନ ତମାମ ଆକାଶ ମେଘୁଆ ରହିଥିଲା। ଦିନର ତାପମାତ୍ରା ମଧ୍ୟ ହ୍ରାସ ଯୋଗୁଁ କୋହଲା ପାଗ ଅନୁଭୁତ ହୋଇଥିଲା।

ଆଜି ମଧ୍ୟ ଏଭଳି ସ୍ଥିତି ରହିବ। ଏଭଳି ପାଗ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଓ ୨୫ ତାରିଖରୁ ପାଗରେ ପରିବର୍ତ୍ତନ ଆସି ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related story