ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି କେନ୍ଦ୍ର ସରକାର: କୃଷିମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ସରକାରୀ କାର୍ଯ୍ୟକ୍ରମରେ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ସେ ଅଭିଯୋଗ କରି କହିଛନ୍ତି,“କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ କରିବା ବେଳେ କିପରି ଏକ ଜାତୀୟ ଦଳର ନେତାଙ୍କୁ ଅଧ୍ୟକ୍ଷତା କରିବାକୁ କହିଲେ। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶାକୁ ରାଜନୈତିକ ପ୍ଲାଟଫର୍ମ କରିବାକୁ ଚାହୁଁଛନ୍ତି ଏହାସହ ରାଜନେତାଙ୍କୁ ସେଠାରେ ପୁରଷ୍କୃତ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଭୟରେ କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡ଼ିଶାକୁ ଗସ୍ତ କରୁଛନ୍ତି। […]

pradeep-maharathi

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 11:05 PM IST

ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ସରକାରୀ କାର୍ଯ୍ୟକ୍ରମରେ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।

ସେ ଅଭିଯୋଗ କରି କହିଛନ୍ତି,“କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ କରିବା ବେଳେ କିପରି ଏକ ଜାତୀୟ ଦଳର ନେତାଙ୍କୁ ଅଧ୍ୟକ୍ଷତା କରିବାକୁ କହିଲେ। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶାକୁ ରାଜନୈତିକ ପ୍ଲାଟଫର୍ମ କରିବାକୁ ଚାହୁଁଛନ୍ତି ଏହାସହ ରାଜନେତାଙ୍କୁ ସେଠାରେ ପୁରଷ୍କୃତ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଭୟରେ କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡ଼ିଶାକୁ ଗସ୍ତ କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି କେନ୍ଦ୍ର ସରକାର।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ପୂର୍ବ ନିଷ୍ପତ୍ତି ଅନୁସାରେ ବସନ୍ତ ପଣ୍ଡାଙ୍କୁ ଅଧ୍ୟକ୍ଷତା କରିବାକୁ ଦିଆଯାଇଥିଲା। ଏନେଇ ବିଭାଗର କୌଣସି ଅଭିଯୋଗ ନାହିଁ, କିନ୍ତୁ ମନ୍ତ୍ରୀ କାହିଁକି ଅଭିଯୋଗ କରୁଛନ୍ତି ମୁଁ ଜାଣି ପାରୁନାହିଁ। କେନ୍ଦ୍ରମନ୍ତ୍ରୀ କହିଲେ ଯେ ଉଦ୍ୟାନକୃଷି ପାଇଁ କେନ୍ଦ୍ରରୁ ଯେଉଁ ଅର୍ଥ ଆସୁଛି ତାହା ରାଜ୍ୟରେ କାର୍ଯ୍ୟକାରୀ ହୋଇପାରୁ ନାହଁ ତେଣୁ ରାଜ୍ୟ କୃଷିମନ୍ତ୍ରୀ ଏପରି ବିଭ୍ରାନ୍ତିକର ଅଭିଯୋଗ ଆଣିଛନ୍ତି।”

କେନ୍ଦ୍ର କୃଷିମନ୍ତ୍ରୀ ରାଧାରମଣ ସିଂ କହିଛନ୍ତି,“ରାଷ୍ଟ୍ରୀୟ ବାଗ୍‌ୱାନୀ ମିଶନ ଅନୁସାରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଗତବର୍ଷ ରାଜ୍ୟକୁ ଦିଆଯାଇଥିବା ଅର୍ଥରୁ ୫ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ ହୋଇ ନ ପାରି ପଡି ରହିଛି। ଏହାର ହିସାବ ଦିଅନ୍ତୁ ରାଜ୍ୟ ସରକାର। ଚଳିତ ବର୍ଷ ଯେଉଁ ଅର୍ଥ ଦିଆଯାଇଛି ତାହାର କିପରି ଅର୍ଥ ଖର୍ଚ୍ଚ ହେବ ସେନେଇ ରାଜ୍ୟ ସରକାର ଚିନ୍ତା କରନ୍ତୁ।”

ନାରିକେଳ ଉତ୍ସବରେ ଯୋଗ ଦେଇ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ କହିଥିବା ଅନୁଦାନ ଖର୍ଚ୍ଚର ଜବାବ ଦେଇ ମହାରଥୀ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ରାଧାରମଣ ସିଂହଙ୍କ ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ ବାସ୍ତବତା କିଛି ନାହିଁ।”

Related story