ସରକାରଙ୍କୁ ରଥଯାତ୍ରା ଚିନ୍ତା: ମଙ୍ଗଳବାର ଠାରୁ ପୁରୀରେ ରହିବେ ୪ମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପରେ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଚିନ୍ତା ଘାରିଛି। ରଥଯାତ୍ରା କିଭଳି ସୁରୁଖୁରରେ ଶେଷ ହେବ ସେ ନେଇ ସୋମବାର ୪ ଜଣ ମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇନ ମନ୍ତ୍ରୀ ଅରୁଣ ସାହୁ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଡକାଇଥିଲେ। ସେଠାରେ ସେ ୪ ମନ୍ତ୍ରୀଙ୍କୁ ମଙ୍ଗଳବାର ଠାରୁ ପୁରୀରେ […]

Arun-Sahoo

Rakesh Mallick
  • Published: Monday, 22 June 2015
  • , Updated: 22 June 2015, 07:51 AM IST

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପରେ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଚିନ୍ତା ଘାରିଛି। ରଥଯାତ୍ରା କିଭଳି ସୁରୁଖୁରରେ ଶେଷ ହେବ ସେ ନେଇ ସୋମବାର ୪ ଜଣ ମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇନ ମନ୍ତ୍ରୀ ଅରୁଣ ସାହୁ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଡକାଇଥିଲେ। ସେଠାରେ ସେ ୪ ମନ୍ତ୍ରୀଙ୍କୁ ମଙ୍ଗଳବାର ଠାରୁ ପୁରୀରେ ରହି ନିଜ ନିଜ ବିଭାଗୀୟ କାମ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟ ପରିବର୍ତ୍ତନରେ ବିଭ୍ରାଟ ପାଇଁ ଆଇନ ବିଭାଗ ଉପରେ ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ କଡା ତାଗିଦ୍ କରିଛନ୍ତି । ମିଳିଥିବା ସୂଚନାନୁସାରେ ବର୍ତ୍ତମାନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଜଣାପଡିଛି।

Related story