ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ପାଇବେ ସମ୍ମାନଜନକ ‘ଶାରଳା’ ପୁରସ୍କାର

ଭୁବନେଶ୍ୱର: ଇମ୍ଫା ଗ୍ରୁପ ଦ୍ୱାରା  ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ୍‌ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ଚଳିତ ବର୍ଷର ସମ୍ମାନଜନକ ‘ଶାରଳା’ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି। ବିଶିଷ୍ଟ କବି ଡକ୍ଟର ହୃଷିକେଶ ମଲ୍ଲିକ ଏହି ସମ୍ମାନ ଜନକ ପୁରସ୍କାର ପାଇବେ। ତାଙ୍କ ରଚିତ ପୁସ୍ତକ ‘ଜେଜେ ଦେଖି ନ ଥିବା ଭାରତ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି  ପୁରସ୍କାର ବାବଦକୁ ତାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ଦେଇ ପୁରସ୍କୃତ […]

sarala puraskr

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 03:33 PM IST

ଭୁବନେଶ୍ୱର: ଇମ୍ଫା ଗ୍ରୁପ ଦ୍ୱାରା  ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ୍‌ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ଚଳିତ ବର୍ଷର ସମ୍ମାନଜନକ ‘ଶାରଳା’ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି। ବିଶିଷ୍ଟ କବି ଡକ୍ଟର ହୃଷିକେଶ ମଲ୍ଲିକ ଏହି ସମ୍ମାନ ଜନକ ପୁରସ୍କାର ପାଇବେ। ତାଙ୍କ ରଚିତ ପୁସ୍ତକ ‘ଜେଜେ ଦେଖି ନ ଥିବା ଭାରତ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି  ପୁରସ୍କାର ବାବଦକୁ ତାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ଦେଇ ପୁରସ୍କୃତ କରାଯିବ।

ସେହିପରି  ସଙ୍ଗୀତ କ୍ଷେତ୍ରରେ  ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ‘ଇଲା  ପଣ୍ଡା ସ୍ମାରକୀ ସଙ୍ଗୀତ’ ଏବଂ ଚିତ୍ରକଳା କ୍ଷେତ୍ରରେ ସ୍ୱର୍ଗତ ଡକ୍ଟର ଦିନନାଥ ପାଠୀଙ୍କୁ ମରଣୋତ୍ତର ଭାବେ ‘ଇଲା  ପଣ୍ଡା ସ୍ମାରକୀ ଚିତ୍ରକଳା’  ସମ୍ମାନ ଦିଆଯିବ।  ପୁରସ୍କାର ବାବଦକୁ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଇମ୍ଫା ଗ୍ରୁପ ଦ୍ୱାରା  ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ବା ଇମ୍ପାକ୍ଟ ପକ୍ଷରୁ ୧୯୭୯ ମସିହାରୁ ଏହି ‘ଶାରଳା’ ପୁରସ୍କାର ପ୍ରଦାନ କରାଯାଉଛି।

Related story