ରାଉରକେଲାରେ ସରସ ମେଳା

ରାଉରକେଲାରେ:(ଓଡ଼ିଶା ରିପୋର୍ଟର) : ଷ୍ଟିଲ୍ ସିଟି ପଡ଼ିଆରେ ଆୟୋଜିତ ହୋଇଛି ସରସ ମେଳା-୨୦୧୭ । ଏହି ମେଳାରେ ନାନା ପ୍ରକାର ସୈଖୀନ ସାମଗ୍ରୀ ସାଙ୍ଗକୁ ପ୍ରାୟ ସମସ୍ତ ପ୍ରକାରର ଘରକରଣା ସାମଗ୍ରୀ ବିକ୍ରି ହେଉଛି । ଲୋକେ ଏହି ସବୁ ସାମଗ୍ରୀ କିଣିବା ପାଇଁ ମେଳାରେ ଭିଡ଼ ଜମାଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ।

ବାଉଁଶରେ ନିର୍ମିତ ଜିନିଷଠାରୁ ଆରମ୍ଭ କରି ଲୁଗାପଟା,  ତା’ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପଦାର୍ଥ । ଏଭଳି ପସରା ମେଲିଛି ରାଉରକେଲା ଷ୍ଟିଲ ସିଟି ପଡ଼ିଆରେ । ଚାଲିଛି ସରସ ମେଳା-୨୦୧୭  ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାମଗ୍ରୀ ଏଠାରେ ମିଳୁଛି ।  କେନ୍ଦୁଝର ବଡ଼ିଠାରୁ ଆରମ୍ଭ କରି କନ୍ଧମାଳ ହଳଦୀ, ପଣ୍ଡିଚେରୀର ପେପର ମାଚେ, ୟୁପିର ରଟ୍ ଆରନ୍, ଛଟିଶଗଡ଼ର ଟସର, ଆସାମ ଓ ତ୍ରିପୁରାର ବାଉଁଶ ବେତରୁ ପ୍ରସ୍ତୁତି ସାମଗ୍ରୀ ମିଳୁଛି ଏହି ମେଳାରେ ।

ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଜିନିଷ ମିଳୁ ଥିବାରୁ ବେଶ ଉତ୍ସାହିତ ଅଛନ୍ତି ଗ୍ରାହକ ।  ସରସ ମେଳାରେ ୨୫୦ଟି ଷ୍ଟଲ ପଡ଼ିଛି । ପ୍ରତ୍ୟୋକ ଦିନ ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ସେପଟେ ସବୁଦିନ ମେଳାରେ ଦର୍ଶକଙ୍କ ଭିଡ଼ ଜମୁଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ଆୟୋଜକ ।

Ordigital Desk
• Published: Saturday, 23 September 2017
• Updated: 23 September 2017, 04:28 PM IST

Sports

Latest News

ରାଉରକେଲାରେ:(ଓଡ଼ିଶା ରିପୋର୍ଟର) : ଷ୍ଟିଲ୍ ସିଟି ପଡ଼ିଆରେ ଆୟୋଜିତ ହୋଇଛି ସରସ ମେଳା-୨୦୧୭ । ଏହି ମେଳାରେ ନାନା ପ୍ରକାର ସୈଖୀନ ସାମଗ୍ରୀ ସାଙ୍ଗକୁ ପ୍ରାୟ ସମସ୍ତ ପ୍ରକାରର ଘରକରଣା ସାମଗ୍ରୀ ବିକ୍ରି ହେଉଛି । ଲୋକେ ଏହି ସବୁ ସାମଗ୍ରୀ କିଣିବା ପାଇଁ ମେଳାରେ ଭିଡ଼ ଜମାଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ।

ବାଉଁଶରେ ନିର୍ମିତ ଜିନିଷଠାରୁ ଆରମ୍ଭ କରି ଲୁଗାପଟା,  ତା’ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପଦାର୍ଥ । ଏଭଳି ପସରା ମେଲିଛି ରାଉରକେଲା ଷ୍ଟିଲ ସିଟି ପଡ଼ିଆରେ । ଚାଲିଛି ସରସ ମେଳା-୨୦୧୭  ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାମଗ୍ରୀ ଏଠାରେ ମିଳୁଛି ।  କେନ୍ଦୁଝର ବଡ଼ିଠାରୁ ଆରମ୍ଭ କରି କନ୍ଧମାଳ ହଳଦୀ, ପଣ୍ଡିଚେରୀର ପେପର ମାଚେ, ୟୁପିର ରଟ୍ ଆରନ୍, ଛଟିଶଗଡ଼ର ଟସର, ଆସାମ ଓ ତ୍ରିପୁରାର ବାଉଁଶ ବେତରୁ ପ୍ରସ୍ତୁତି ସାମଗ୍ରୀ ମିଳୁଛି ଏହି ମେଳାରେ ।

ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଜିନିଷ ମିଳୁ ଥିବାରୁ ବେଶ ଉତ୍ସାହିତ ଅଛନ୍ତି ଗ୍ରାହକ ।  ସରସ ମେଳାରେ ୨୫୦ଟି ଷ୍ଟଲ ପଡ଼ିଛି । ପ୍ରତ୍ୟୋକ ଦିନ ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ସେପଟେ ସବୁଦିନ ମେଳାରେ ଦର୍ଶକଙ୍କ ଭିଡ଼ ଜମୁଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ଆୟୋଜକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos