ସାରଥି ଆଶ୍ରମକୁ ଯାଇ ନିଖୋଜ ଯୁବକଙ୍କ ମାଆ ଥାନାରେ ଏତଲା ଦେଲେ

ମାଲକାନଗିରି: ୩ ବର୍ଷ ତଳେ ସାରଥି ଆଶ୍ରମକୁ ଯାଇ ଘରକୁ ଫେରି ନ ଥିବା ମାଲକାନଗିରିର ଯୁବକ ବାଲାରାଜୁଙ୍କ ମାଆ ସୁରିଆ ଆଜି ଥାନାରେ ଏତଲା ଦେଇଛନ୍ତି । ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବାଲାରାଜୁ ୨୦୧୨ ଏପ୍ରିଲ ୧୬ରେ କେନ୍ଦ୍ରାପଡ଼ାର ସାରଥୀ ଆଶ୍ରମକୁ ଯାଇଥିଲେ । କିନ୍ତୁ ସେବେଠୁ ସେ ଆଉ ଫେରିନାହାନ୍ତି । ସେତେବେଳେ ବାଲାରାଜୁଙ୍କ ମାଆ ଆଶ୍ରମ ଯାଇ ପୁଅକୁ ଖୋଜିଥିଲେ । ଆଶ୍ରମ ଲୋକ ବାଲାରାଜୁ ଆସିଥିବା କଥା ସ୍ୱୀକାର […]

malkangiri

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 04:31 PM IST

ମାଲକାନଗିରି: ୩ ବର୍ଷ ତଳେ ସାରଥି ଆଶ୍ରମକୁ ଯାଇ ଘରକୁ ଫେରି ନ ଥିବା ମାଲକାନଗିରିର ଯୁବକ ବାଲାରାଜୁଙ୍କ ମାଆ ସୁରିଆ ଆଜି ଥାନାରେ ଏତଲା ଦେଇଛନ୍ତି । ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବାଲାରାଜୁ ୨୦୧୨ ଏପ୍ରିଲ ୧୬ରେ କେନ୍ଦ୍ରାପଡ଼ାର ସାରଥୀ ଆଶ୍ରମକୁ ଯାଇଥିଲେ । କିନ୍ତୁ ସେବେଠୁ ସେ ଆଉ ଫେରିନାହାନ୍ତି । ସେତେବେଳେ ବାଲାରାଜୁଙ୍କ ମାଆ ଆଶ୍ରମ ଯାଇ ପୁଅକୁ ଖୋଜିଥିଲେ । ଆଶ୍ରମ ଲୋକ ବାଲାରାଜୁ ଆସିଥିବା କଥା ସ୍ୱୀକାର କରିଥିଲେ ମଧ୍ୟ ସେ କୁଆଡେ ଗଲେ କିଛି କହିପାରି ନ ଥିଲେ। ସୁରିୟାଙ୍କ ଏତଳାକୁ ଭିତ୍ତିରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story